Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

24

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ବନ୍ଧଟିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। କିଛି ମାସ ହେଲା ଅସୁସ୍ଥ ହୋଇ ପଡ଼ିଥିଲେ। ମଙ୍ଗଳବାର ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଭର୍ତି କରିଥିଲେ। ତେବେ ବୁଧବାର ଦିନରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ତାଙ୍କ ମର ଶରୀରକୁ ନିଜ ଜନ୍ମମାଟି ବନ୍ଧଟିଆ ଅଣାଯାଇ ଶେଷକୃତ୍ୟ କରାଯାଇଛି। ଶ୍ରୀ ପଣ୍ଡା ୧୯୬୦ ମସିହାରେ ରଇପୁର ପଂଚାୟତ କଂଟିକା ପ୍ରାଥମିକ ବିଦ୍ୟାଳୟରୁ ଚାକିରି ଜୀବନ ଆରମ୍ଭ କରି ଷୋଳଗାଁ, ବନସର, ମାଙ୍କିଡିଆ, ଚୁଡାକୁଟି ଓ ଶେଷରେ ଜଇନଗର ପ୍ରାଥମିକ ବିଦ୍ୟାଳୟରୁ ଇଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ଅବସର ପରଠାରୁ ଗାଁରେ ରହି ସମାଜସେବା କରି ଆସୁଥିଲେ। ଆଂଚଳିକ ପୂଜ୍ୟପୁଜାରେ ସକ୍ରିୟ ସଦସ୍ୟ ଥିଲେ। ଗାଁରେ ମଠ ମନ୍ଦିରର ଯତ୍ନ ନେବାରେ ତାଙ୍କର ସମୟ କାଟୁଥିଲେ। ଖବର ପାଇ ସ୍ଥାନୀୟ ସରପଂଚ ପ୍ରିତମ ଦାସ, ସମିତିସଭ୍ୟ ସୂର୍ଯ୍ୟକାନ୍ତ ନାୟକ, ଜିଲା ପରିଷଦ ଟୁନିବାଳା ବିଶ୍ୱାଳ, ପୂଜ୍ୟପୂଜା କମିଟିର ସଦସ୍ୟ ବିଦ୍ୟାଧର ରାଉତ୍‌, ଧରଣିଧର ସାହୁ, ଶିକ୍ଷକ ରାମଚନ୍ଦ୍ର ସାହୁ, କୈଳାସ ବେହେରା, ମାୟାଧର ସାମଲ, ନାରାୟଣ ପଣ୍ଡା, ଅଭୟ ଚରଣ ବେହେରା, ବୃନ୍ଦାବନ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ପୁଅ ପ୍ରଭାତ ପଣ୍ଡା ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.