Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ସାରଙ୍କ ଏକାଦଶାହରେ ସ୍ମୃତିସଭା

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ସାରଙ୍କ ଏକାଦଶାହରେ ସ୍ମୃତିସଭା

4

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ପଂଚାୟତ ଶୋଧ ଗ୍ରାମର ସାମାଜସେବୀ ତଥା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱର୍ଗତ ଅର୍ଜୁନ ଚରଣ କୁଣ୍ଡୁ ଙ୍କ ଏକାଦଶାହ ସ୍ମୃତି ସଭା ଗୁରୁବାର ଦିନ ୧୨ ଟା ରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ କୃତିବାସ ତ୍ରିପାଠୀ ଙ୍କ ସଂଯୋଜନା ରେ ପୂର୍ବତନ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ,ବିନୋଦ ନାୟକ, ବିଜେଡ଼ି ବ୍ଲକ ସଭାପତି ପ୍ରତାପ ସାମଲ, କବି ଦୟାନିଧି ମିଶ୍ର, ଭାଜପା ମୁକୁନ୍ଦଦେବ ମଣ୍ଡଳ ସଭାପତି ପ୍ରମୋଦ କୁମାର ସୁତାର,ସ୍ଥାନୀୟ ସରପଂଚ ଅଶୋକ କୁମାର ପଣ୍ଡା,ସମିତି ସଭ୍ୟା ପ୍ରତିନିଧି ସଂଜିତ ସାହୁ, ସମାଜସେବୀ ସେକ ତାଜୁଦ୍ଦିନ,ଯୁଧିଷ୍ଟିର ପଣ୍ଡା, ସ୍ଥାନୀୟ ହାଇସ୍କୁଲ ର ପ୍ରଧାନଶିକ୍ଷକ ବିଭୂତି ଭୂଷଣ ମିଶ୍ର,ସେବା ନିବୃତ ଶିକ୍ଷକ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ କେଶବ ଚନ୍ଦ୍ର ପଣ୍ଡା,ହୃଦାନନ୍ଦ କର,କନକଲତା ଦେବୀ,ଧୀରେନ୍ଦ୍ର ଦାଶ ,ନିତ୍ୟାନନ୍ଦ ଘଡ଼େଇ,ଉମାକାନ୍ତ ପଣ୍ଡା, ବିପିନି ରାଉତ,ପ୍ରମୋଦ ନାୟକ,ଗୋବିନ୍ଦ ତ୍ରିପାଠୀ,ଶ୍ରୀକାନ୍ତ ସାହୁ,ଭୋଲାନାଥ ସାହୁ,ଶରତ ଚନ୍ଦ୍ର ସାହୁ,ସିଦ୍ଧେଶ୍ୱର ସାମଲ,ତପନ ଦ୍ୱିବେଦୀ,ଉମାକାନ୍ତ ପଣ୍ଡା,କୃଷ୍ଣ ଚନ୍ଦ୍ର ପତି,ମାନସ ସାହୁ,ପୁରାତନ ଛାତ୍ର ପ୍ରଶାନ୍ତ ବିଶ୍ୱାଳ,ରଣଜିତ୍ ମହାନ୍ତି, ସମେତ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ସ୍ୱର୍ଗତ ଅର୍ଜୁନ ଚରଣ କୁଣ୍ଡୁ ଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ କୁଣ୍ଡୁ ଙ୍କ ପୁଅ ଶୁଭ୍ରାଂଶୁ କୁଣ୍ଡୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।ପ୍ରଶାନ୍ତ ସାହୁ ମଂଚ କାର୍ଯ୍ୟକ୍ରମ କୁ ସଂଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.