Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ନଗେନ ନାୟକଙ୍କ ହୃଦଘାତରେ ମୃତ୍ୟୁ

ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ନଗେନ ନାୟକଙ୍କ ହୃଦଘାତରେ ମୃତ୍ୟୁ

14

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ପୁଲିସ ବିଭାଗରେ ଜଣେ ଦକ୍ଷ, କର୍ତବ୍ୟନିଷ୍ଟ ଅଧିକାରୀ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ନଗେନ ନାୟକଙ୍କର ତାଙ୍କ ସାଳନ୍ଦୀ ବାଇପାସ ବାସଭବନରେ ପରଲୋକ ଘଟିଛି । ସ୍ୱର୍ଗତଃ ନାୟକ ଭଦ୍ରକ ଜିଲାର ଅନେକ ଥାନାରେ କର୍ତବ୍ୟନିଷ୍ଟ ଭାବେ କାର୍ଯ୍ୟକାରୀ ସମସ୍ତଙ୍କର ବେଶ୍ ପ୍ରିୟଭାଜନ ହୋଇଥିଲେ। ତାଙ୍କର ହୃଦଘାତ ଜନିତ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜିଲାର ବହୁ ବ୍ୟକ୍ତି ତାଙ୍କ ବସାଭବନରେ ପହଂଚି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ବିଶେଷକରି ଭଦ୍ରକ ଏସପି ମନୋଜ କୁମାର ରାଉତ ତାଙ୍କ ବାସଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.