Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ, ସଂଘୀୟ ମନୋଭାବ ରହିଲେ ସଂଘର ଅଗ୍ରଗତି ହୋଇପାରିବ

ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ, ସଂଘୀୟ ମନୋଭାବ ରହିଲେ ସଂଘର ଅଗ୍ରଗତି ହୋଇପାରିବ

14
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକାଦଶ ବାର୍ଷିକ ସମ୍ମିଳନୀ ତିହିଡି଼ସ୍ଥିତ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲ ପରିସରରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ସନ୍ନ୍ୟାସୀ ଚରଣ ବ୍ରହ୍ମଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ପଣ୍ଡିତ ଦୈତ୍ୟାରୀ ମହାପାତ୍ର ଯୋଗଦେଇ ସଂଘୀୟ ମନୋଭାବରଖି କାର୍ଯ୍ୟକଲେ ସଂଘର ଅଗ୍ରଗତି ହୋଇପାରିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ଦାସ, ବରେଣ୍ୟ ଅତିଥି ଭାବେ ଜୋନାଲ ସମ୍ପାଦକ ବିଭୂତି ଭୂଷଣ ମହାନ୍ତି, ରାଜ୍ୟ ମହାସଂଘ ଯୁଗ୍ମ ସମ୍ପାଦକ ବିବେକାନନ୍ଦ ନାୟକ, ହାଇସ୍କୁଲ ପ୍ରଧାନଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର, ବାହାନଗା ସଂଘର ସମ୍ପାଦକ ବସନ୍ତ କୁମାର ମହାପାତ୍ର, ରାଷ୍ଟ୍ରୀୟ ମହାସଂଘ ସଦସ୍ୟ ପ୍ରଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ସମସ୍ତ କର୍ମଚାରୀ ନିଜ ନିଜ ମଧ୍ୟରେ ସମନ୍ୱୟ ରଖିଲେ ସଂଘ ସୁଦୃଢ ହୋଇପାରିବ ବୋଲିକହିଥିଲେ। ଏହି ଅବସରରେ ସଂଘର ମୁଖପତ୍ର ” ଅସ୍ତାଚଳ “କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ମୁଖ୍ୟ ସମ୍ପାଦକ ବିଭୂତି ଭୂଷଣ ସେନାପତି ପତ୍ରିକାର ସମୀକ୍ଷା କରିଥିଲେ । ସଂଘର ସମ୍ପାଦକ ହୃଷିକେଶ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ହରେକୃଷ୍ଣ ମହାକୁଡ଼, କୁଳମଣି ସାହୁ ଓ ପ୍ରେମାନନ୍ଦ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ଶିକ୍ଷାବିତ ଗୟାଧର ବଳ ଧନ୍ୟବାଦ ଦେଇଥିଲେ । ଶିକ୍ଷାବିତ ସୋମନାଥ ପାଢ଼ୀ, ଧର୍ମପଦ ଗ୍ରହାଚାର୍ଯ୍ୟ,ନିତ୍ୟାନନ୍ଦ ନାୟକ, ମଥୁରା ମୋହନ ବେହେରା, ବିଶ୍ୱମୈତ୍ରୀ ନାୟକ, ବାସନ୍ତୀ ପାତ୍ର, ରମାମଣି ବେହେରା,ରବିନ୍ଦ୍ର ଦାସ, ଯାମିନୀ ମୋହନ ପାଢ଼ୀ, ବସନ୍ତ ଦାସ,ଶୈଳେନ୍ଦ୍ର ବାରିକ, ପ୍ରତିଭା ସାବତ, ସନ୍ତୋଷ ଦାସ,ଜୟକୃଷ୍ଣ ସେଠୀ , ନରହରି ନାୟକ,କ୍ଷେତ୍ରବାସୀ ଦାସ,ପ୍ରମୁଖଙ୍କ ସମେତ ବହୁ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ଆଚାର୍ଯ୍ୟ, ନିତ୍ୟାନନ୍ଦ ମଲ୍ଲିକ, ଅକ୍ଷୟ କୁମାର ବ୍ରହ୍ମ, ଶୀତଳ କୁମାର ବେହେରା, କୃତିବାସ ଜେନା, ରବିନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.