Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ଇଂ ଗୋକୁଳଚନ୍ଦ୍ର ନାୟକଙ୍କ ପରଲୋକ

ଅବସରପ୍ରାପ୍ତ ଇଂ ଗୋକୁଳଚନ୍ଦ୍ର ନାୟକଙ୍କ ପରଲୋକ

10

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବଡଓ ଳଗ ଗାଁର ଇଂ ଗୋକୁଳଚନ୍ଦ୍ର ନାୟକଙ୍କ ପରଲୋକ ଘଟିଛି । ଇଂ ଗୋକୁଳଚନ୍ଦ୍ର ଭଦ୍ରକ ବରପଦା ଯାନ୍ତ୍ରିକ ମହାବିଦ୍‌ଯାଳୟରେ ଅଧ୍ୟୟନ କରି ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ପୂର୍ତ ଓ ଗୃହ ବିଭାଗର କାର୍ଯ୍ୟରତ ଅଧିକାରୀ ଭାବେ ଭଲ କାର୍ଯ୍ୟ କରି ଚାକିର ଜୀବନରୁ ଅବସର ନେଇ ଭୂବନେଶ୍ୱରେ ରହି ଆସୁଥିଲେ । ଗତକିଛିଦିନ ହେବ ଅସୁସ୍ଥା ଯୋଗୁ ଭୂବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍‌ୁ୍ୟ ଘଟିଥିଲା । ଗୋକୁଳଚନ୍ଦ୍ରଙ୍କ ମୃତ୍‌୍ୟ ବେଳକୁ ତାଙ୍କର ପୁତ୍ର ଓ ପୁତ୍ରବଧୁ ପରିବାର ଲୋକ ଉପସ୍ଥିତ ଥିଲେ । ପରେ ତାଙ୍କ ମରଶରୀରରକୁ ଭୂବନେଶ୍ୱରରୁ ତାଙ୍କର ଜନ୍ମମାଟି ବଡଓଳଗକୁ ଅଣାଯିବା ପରେ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇ ଗାଁ ଶଶ୍ମାସନରେ ଶବ ସତ୍କାର କରାଯାଇଥିଲା । ତାଙ୍କର ବଡପୁଅ ସତ୍‌ଯବ୍ରତ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଗୋକୁଳଚନ୍ଦ୍ର ବଡଓଳଗ ଗାଁର ଜମିଦାର ଦୟାନିଧି ନାୟକଙ୍କ ସାନ ପୁଅ ଭାବେ ବେଶ ପରିଚିତ ଥିବା ବେଳେ ଆଖପାଖ ଗାଁର ଲୋକମାନଙ୍କର ସେବା ଯୋଗାଇ ଦେବା ସହ ଗାଁ ନିକଟସ୍ଥ ଓଳଗମଠରେ ପତିତପାବନ ମନ୍ଦିର, ଚନ୍ଦ୍ରଶେଖର ମନ୍ଦିର ଆଦି ପ୍ରତିଷ୍ଠା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.