Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ

3

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟାପଂଚାୟତ ଅଧିନ ବାଲିଚତୁରୀ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ମଳିକଙ୍କର ଶୁକ୍ରବାର ରାତିରେ ହୃଦଘାତ ଜନିତ ରୋଗରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା।ସ୍ୱର୍ଗତ ଶିକ୍ଷକ ଉପେନ୍ଦ୍ର ଜଣେ ଛାତ୍ର ବତ୍ସଳ,କର୍ତବ୍ୟ ନିଷ୍ଠ,ସମୟାନୁବର୍ତିତା,ଶାନ୍ତ,ସରଳ,ଅମାୟିକ, ଧର୍ମପରାୟଣ ବ୍ୟକ୍ତିଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାର ଓ ଅତ୍ମୀୟ ସ୍ୱଜନଉପସ୍ଥିତଥିଲେ।ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା।ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ଶତପଥୀ,ସମାଜସେବୀ ସୁବାଷ ଚନ୍ଦ୍ର ମଳିକ,ଗଣେଷ ପ୍ରସାଦ ମଳିକ,କୁମାର ଗଙ୍ଗାଧର,ବଳରାମ କବି,ଶିବ ଚରଣ ନାୟକ,ଜୟନ୍ତ ଲେଙ୍କା,ଗୌରହରି ଦାସ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶବ ଧାରରେ ଯୋଗଦେଇଥିଲେ। ବଡ଼ପୁଅ ଅଜିତ ମଳିକ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.