Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ିର ବିଭିନ୍ନ ଅଞ୍ଚଳରେ ଚଢ଼ାଉ, ୩୦୫୦ ଲିଟର ଚୋରା ମଦ ଜବତ,...

ଅବକାରୀ ବିଭାଗ ପକ୍ଷରୁ ତିହିଡ଼ିର ବିଭିନ୍ନ ଅଞ୍ଚଳରେ ଚଢ଼ାଉ, ୩୦୫୦ ଲିଟର ଚୋରା ମଦ ଜବତ, ୩ ଗିରଫ

18

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଞ୍ଜ ଇନ୍‌ସପେକ୍ଟର ଅନିତା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଦାସ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ତିହିଡି଼ ଥାନା ଅଧୀନ କନ୍ଦପୁର, ସୟା, ବାଲିଚତୁରି, ମାଟିଆ ସାହି, ମଙ୍ଗଳପୁର ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ୫୦ ଲିଟର ଦେଶୀ ମଦ ଏବଂ ୩୦୦୦ ଲିଟର ଆସ୍କା-୪୦ ମଦ ଯବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା କନ୍ଦପୁର ଗ୍ରାମର ଦୀନବନ୍ଧୁ ମଲିକ, ସୟା ଗ୍ରାମର ରାଧାକାନ୍ତ ସାହୁ ଓ ମଙ୍ଗଳପୁର ଗ୍ରାମର ଅର୍ଜୁନ ମଲିକଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ ତିହିଡ଼ି ଅବକାରୀ ଥାନା ପକ୍ଷରୁ ୮୭, ୮୮ ଓ ୮୯/୨୩ରେ ପୃଥକ ଭାବେ ତିନିଟି ମକଦ୍ଦମା ରୁଜୁ କରାଯାଇଛି । ଏହି ଚଢାଉରେ ଏଏସ୍‌ଆଇ ଦୀପକ ରାଉତ ଓ ରମେଶ ନାୟକ, କନେଷ୍ଟବଳ ସଞ୍ଜୟ ପାତ୍ର, ଅଜିତ କୁମାର ସିଙ୍କୁ,ଜେମାମଣି ଯାମୁଦା, ଶୁଭ୍ରାମିନି ଦାସ ପ୍ରଭୃତି ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.