Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗ ଦ୍ୱାରା ଧଳା ଜହର ବେପାରୀ ଗିରଫ

ଅବକାରୀ ବିଭାଗ ଦ୍ୱାରା ଧଳା ଜହର ବେପାରୀ ଗିରଫ

9

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଥିବା ବେଳେ ଏବେ ଧଳାଜହର କାରବାର ବୃଦ୍ଧି ପାଉଛି। ବିଶେଷ କରି ଯୁବକ ମାନେ ଏହି କାରବାର ରେ ସଂପୃକ୍ତି ରହୁଛନ୍ତି । ଧାମନଗର, ହବିବି ନଗର ଅଂଚଳ ରେ ଏହି ଧଳା ଜହର କାରବାର ବୃଦ୍ଧି ପାଇଛି । ଆଜି ଜଣେ ଯୁବକ କୁ ଧାମନଗର ଅବକାରୀ ବିଭାଗ କୋର୍ଟ କୁ ପଠାଇଛନ୍ତି।ଖବର ରୁ ପ୍ରକାଶ ଯେ ଧାମନଗର ଏନଏସି ପଠାଣ ମହଲା ଗ୍ରାମର ସେକ ଅଜୀମୁଦିନି ମଙ୍ଗଳବାର ଦିନ ୨ ଟା ସମୟରେ ଧାମନଗର ଛକ ନିକଟରେ ବାରିକପୂର ଅଂଚଳ ର ଜଣେ ଯୁବକ କୁ ୨୦ ଗ୍ରାମ ବ୍ରାଉନସୁଗାର ଦେଉଥିବା ବେଳେ ଧାମନଗର ଅବକାରୀ ବିଭାଗ ର ଅଧିକାରି ଅଭିଳାଷ ପାଲ,କନେଷ୍ଟବଳ ଶିବ ପ୍ରସାଦ ସାହୁ, ରମାକାନ୍ତ ବାରିକ ପ୍ରମୁଖ ଅଜିମୁଦିନି କୁ ମାଡି ବସିଥିଲେ। ତାଙ୍କ ନିକଟରୁ ଚୋରା ବ୍ରାଉନ ସୁଗାର କୁ ମଧ୍ୟ ଜବତ କରାଯାଇ ଥିଲା । ପାଖାପାଖି ୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟ ର ସାମଗ୍ରି ହେବ ବୋଲି ଅବକାରୀ ଅଧିକାରୀ କହିଛନ୍ତି । ତେବେ ଘଟଣା ର ସମସ୍ତ ତଦନ୍ତ ପରେ ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.