Home କନ୍ଧମାଳ ଅବକାରୀ ଧରପଗଡ଼ର ମୁଦାଲା ନିର୍ଦୋଷରେ ଖଲାସ

ଅବକାରୀ ଧରପଗଡ଼ର ମୁଦାଲା ନିର୍ଦୋଷରେ ଖଲାସ

87

ବାଲିଗୁଡା, ୧୦/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଧି ଗ୍ରାମର ଗୋପାଳ ଦିଗାଲ ୨୦୧୬ ମସିହା ମେ ମାସ ୨୮ ତାରିଖ ଦିନ କେଶ ନଂ.୧୦/୨୦୧୬ ପ୍ରକାରେ ଏକ ଅବକାରୀ ଧରପଗଡ଼ରେ ଗିରଫ ହୋଇ ବାଲିଗୁଡା ଜେଲରେ ସଜା କାଟୁଥିଲେ।

ଉକ୍ତ କେଶର ସୋମବାର ଦିନ ମାନ୍ୟବର ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ ବିଚାର କରି ମୁଦାଲା ଗୋପାଳ ଦିଗାଲଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ମୁଦାଲା ତରଫରୁ ବାଲିଗୁଡାର ବରିଷ୍ଠ ଆଇନଜୀବି ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.