Home ଓଡ଼ିଶା ଅବକାରୀ ଓ ପୋଲିସ ମିଳିତ ଚଢାଉ, ବିପୁଳ ପରିମାଣର ନକଲି ମଦ ଜବତ

ଅବକାରୀ ଓ ପୋଲିସ ମିଳିତ ଚଢାଉ, ବିପୁଳ ପରିମାଣର ନକଲି ମଦ ଜବତ

38

ବ୍ରହ୍ମପୁର ୧-୫ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଞ୍ଜାମରେ ଅବକାରୀ ବିଭାଗକୁ ସଫଳତା, ଜିଲ୍ଲା ଅବକାରୀ କମିଶନର ଆଶିଷ କୁମାର ସିଂ ଓ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଧେଶକ୍ରମେ ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ମଦ ଓ ନକଲି ମଦ କାରବାର ଉପରେ ଚଢ଼ାଉ ଜାରି ରହିଛି। ରବିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋପାଳପୁର ଥାନା ଅର୍ନ୍ତଗତ ଡୁରା ଗ୍ରାମ ଠାରେ ଚଢ଼ାଉ କରି ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଜଣ ବ୍ୟକ୍ତି ନକଲି ମଦ ପ୍ରସ୍ତୁତ କରି ଗୋଟିଏ ସ୍କୁଟର ଓ ଗୋଟିଏ ମୋଟର ସାଇକେଲ ଯୋଗେ ନେଉଥିବା ବେଳେ ଅବକାରୀ ବିଭାଗ ଗିରଫ କରିଥିଲା। ଗିରଫ ଦୁଇ ଜଣ ବ୍ୟକ୍ତି ହେଲେ ଚିକିଟିର ନିରଞ୍ଜନ ଗୌଡ଼ ଓ ପ୍ରେମ ନଗର ୫ମ ଲାଇନର ଭି.ବଦ୍ରିନାରାୟଣ ପାତ୍ର। ଏହି ଚଢ଼ାଉ ସମୟରେ ୧୩୪.୧୪୦ ଲିଟର ନକଲି ବିଦେଶୀ ମଦ, ୪୦ ଲିଟର ସ୍ପିରିଟ, ୨୫୩୭ଗୋଟି ବିଭିନ୍ନ କମ୍ପାନୀ ଲେବଲ, ୪୧୩୨ କ୍ରକ, ୨୫, ୦୦୦ଟଙ୍କା, ଗୋଟିଏ ସ୍କୁଟର ଓ ମୋଟର ସାଇକେଲ ଜବତ କରିଛି ଅବକାରୀ ବିଭାଗ। ଏସବୁର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.