Home Top News ଅପ୍ରେଲ ୨ରୁ ହେବ ସକାଳୁଆ ସ୍କୁଲ

ଅପ୍ରେଲ ୨ରୁ ହେବ ସକାଳୁଆ ସ୍କୁଲ

38

ଭୁବନେଶ୍ବର : ୩୧ ମାର୍ଚ୍ଚ (ଓଡ଼ିଆ ପୁଅ) ଆସନ୍ତା ଅପ୍ରେଲ ୨ ତାରିଖରୁ ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସକାଳୁଆ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସଂପ୍ରତି ରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହର କାରଣରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସକାଳ ୬.୩୦ ମିରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ଏବଂ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୭ଟାରୁ ୧୧.୩୦ ମିନିଟ ପର୍ଯ୍ୟନ୍ତ ପାଠପଢ଼ା ଚାଲୁରହିବ।

ଅପ୍ରେଲ ପହିଲାରୁ ବିଦ୍ୟାଳୟରେ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ରନ୍ଧା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ପିଇବା ପାଣି ଉପଲବ୍ଧ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଛାତ୍ରଛାତ୍ରୀମାନଙ୍କୁ ଛତା ବ୍ୟବହାର ନିମନ୍ତେ ପରାମର୍ଶ ଦିଆଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ୍ – ୧୯ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମଛୁଟି ସମ୍ବନ୍ଧରେ ପରେ ବିଜ୍ଞପ୍ତି ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.