Home ଜିଲ୍ଲା ପରିକ୍ରମା ଅପହୃତ ଯୁବକଙ୍କ ମିଳୁନି ପତ୍ତା ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର

ଅପହୃତ ଯୁବକଙ୍କ ମିଳୁନି ପତ୍ତା ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର

136

ନୟାଗଡ ୧୯/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଅପରାଧକୁ ରୋକିବା ପାଇଁ ସରକାର ଯେତେ ପଦକ୍ଷେପ ନେଉଥିଲେ ମଧ୍ୟ ହତ୍ୟା, ଅପହରଣ, ଡକାୟତି ର।।ହାଜାନୀ ବଢିବାରେ ଲାଗିଛି। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ଚୁପ୍ ଚାପ୍ ବସିରହୁଛି। ନୟାଗଡ ଜିଲ୍ଲା ରଣପୁର ଥାନା ସିନ୍ଦୁରିଆ ନିକଟ ନୂଆପଲ୍ଲି ଗ୍ରାମର ପଞ୍ଚାନନ ସ୍ୱାଇଁଙ୍କ ପୁଅ ମାନସ କୁମାର ସ୍ୱାଇଁ ଫେବୃୟାରୀ ୫ ତାରିଖ ୧୨ ଘଟିକା ସମୟରେ ଘରୁ ଭୁବନେଶ୍ୱର ବାହାରିଥିଲେ। ସେ ଭୁବନେଶ୍ୱର ସି ଆର୍ ପି ଛକ ତପନ କୁମାର ମହାନ୍ତି ଙ୍କ କ୍ୟାମରା ମ୍ୟାନଭାବେ କାର୍ଯ୍ୟ କରୁଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଂଚଲକୁ ଏକ ବିବାହଘର ଫଟୋଚିତ୍ର ଉତ୍ତୋଳନ କରିବା ପାଇଁ ଯାଇଥିଲେ। ୭ ତାରିଖ ସକାଳୁ ସେ ବସଷ୍ଟାଣ୍ଡକୁ ଆସିବା ସମୟରେ ନାଲୁ ମୁଣ୍ଡା ପଳାସପୁର ଛକରୁ ତାଙ୍କୁ ଅପହରଣ କରାଯାଇଥିଲା। ଏ ଖବର ପାଇବା ପରେ ଅପହୃତ ଯୁବକ ମାନସ ଙ୍କ ବାପା ପଞ୍ଚାନନ ସ୍ୱାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ରେ ଫେବୃୟାରୀ ୧୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଚାନ୍ଦବାଲି ଥାନା ପୋଲିସ ଏକ ଅପହରଣ ଜନିତ ମାମଲା ରୁଜୁ କରି ଚୁପଚାପ୍ ବସିଥିବା ଅଭିଯୋଗ ହେଉଛି। ଏକ ଘରୋଇ ଖବର ୱେବ୍ ଚ୍ୟାନେଲ ର ମାଲିକ ଓ ଦୀପକ ସେଠୀ ଙ୍କ ନାମରେ ଅଭିଯୋଗ ହୋଇଥିଲା।

ପରିବାର ଲୋକଙ୍କ କହିବା ଅନୁଯାଇ ଅପହୃତ ମାନସ ବ୍ୟବହାର କରୁଥିବ ମୋବାଇଲ ଫୋନ୍ ଟି ଚାନ୍ଦବାଲି ପୋଲିସ ଚଣ୍ଡିଖୋଲ ଅଂଚଳରୁ ଜଣେ ଯୁବକ ଠାରୁ ଜବତ କରିଛି। ଅଭିଯୁକ୍ତ ମାନଙ୍କ ଥାନାକୁ ଡକାଇ ଛାଡି ଦେଇଥିବା ଜଣାପଡିଛି। ଏ ସର୍ମ୍ପକେ ଚାନ୍ଦବାଲି ଥାନା ନିରୀକ୍ଷକ କରୁଣାକର ରାଉତଙ୍କ ସହ ଯୋଗାଯୋଗ କରିବାରେ ତାଙ୍କ ମୋବାଇଲ ଦିନସାରା ବନ୍ଦଥିଲା। ତେଣୁ ଭଦ୍ରକ ଜିଲ୍ଲା ପୋଲିସ ସୁପରିଟେଣ୍ଡେଣ୍ଟ ଚରଣ ସିଂ ମିନା ଙ୍କ ସହ ଯୋଗାଯୋଗ କରିବାରେ କହିଥିଲେ ଯେ ଚାନ୍ଦବାଲି ଥାନା ତଦନ୍ତ କରିଥିବା ପୋଲିସ ଠାରୁ ପଚାରି ବୁଝୁଛି ସେ ଅପହରଣ ମାମଲା କେଉଁ ପର୍ଯ୍ୟନ୍ତ ଅଗ୍ରଗତି କରିଛି। ଅପରପକ୍ଷେ ପରିବାର ର ଏକମାତ୍ର ରୋଜଗାରିଆ ପୁଅ ର ଅପହରଣ ପରେ କୈଣସି ସନ୍ଧାନ ନମିଳିବାରୁ ବୃଦ୍ଧ ବାପା ପଞ୍ଚାନନ ସ୍ୱାଇଁ, ମା ଜୟନ୍ତି ସ୍ୱାଇଁ, ସ୍ତ୍ରୀ ଜମୁନା ସ୍ୱାଇଁ ଓ ଛୋଟ ଶିଶୁପୁତ୍ର ଟି ମାନସର ଫେରିବା ବାଟକୁ ଚାହିଁ ଗୁମୁରୀ ଗୁମୁରୀ କାନ୍ଦୁଥିବା ଜଣାପଡିଛି। ପୁଅ ଅପହରଣର କୈାଣସି ସନ୍ଧାନ ନମିଳିବା ଓ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ସପରିବାର ରାଜ୍ୟ ପୋଲିସ ମହାନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.