Home ଓଡ଼ିଶା ଅପହଞ୍ଚ ଅଂଚଳ ର ଦୁଃଖ  କେବେ ଖୋଲିବ ପ୍ରସବ ସହାୟିକା ସେବିକା କେନ୍ଦ୍ର 

ଅପହଞ୍ଚ ଅଂଚଳ ର ଦୁଃଖ  କେବେ ଖୋଲିବ ପ୍ରସବ ସହାୟିକା ସେବିକା କେନ୍ଦ୍ର 

39

ନୟାଗଡ(ଓଡିଆ ପୁଅ/ଦେବୀପ୍ରାସଦ ଆଚାର୍ଯ୍ୟ)/୨୨/୧୦- ନୟାଗଡ ଜିଲ୍ଲା  ରଣପୁର ସମିତି ର ଅପହଞ୍ଚ ଅଂଚଳ କହିଲେ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ କୁ କୁହାଯାଏ । ସ୍ୱାଧିନତା ର ୭୦ ବର୍ଷ ପରେ ଏହି ଅଂଚଳ ବାସୀ ବିଦ୍ୟୁତ୍ ଆଲୋକ ଓ ପିଚୁ ରାସ୍ତା ଦେଖିଲେ । ହେଲେ ପଞ୍ଚାୟତ କାର୍ଯ୍ୟାଳୟ କୁ ପିଚୁ ରାସ୍ତା ହୋଇଥିଲେ ମଧ୍ୟ ଏବେବି ସାନତୁଲୁବି  , ମୁକେଇମାଳି , ବଡବେତୁଲି ,  ନୂଆଗାଁ କୁ ଏବେବି ରାସ୍ତା ନାହିଁ । କେଉଠି ପାହାଡ ଚଢି ଜୀବାକୁ ପଡୁଛି ତ ଆଉ କେଉଁଠି ଜଙ୍ଗଲି ନାଳ ପାର ହୋଇ ଜୀବାକୁ ପଡୁଛି । ସବୁଠାରୁ ଏହି ଅପହଞ୍ଚ ଅଂଚଳ ର ଦୁଃଖ ହେଉଛି ସ୍ୱାସ୍ଥ୍ୟ ସେବା । ଏବେବି ରୋଗଗ୍ରସ୍ତ ବୁଢା ବୁଢୀ ଓ ପ୍ରସୁତି ବେଦନା ପାଉଥିବା ଲୋକ ଦୋଳା ରେ ଓ ଖଟିଆ ରେ ବୁହା ହୋଇ ଆସୁଥିବା ଦେଖିବାକୁ ମିଳୁଛି । କାରଣ ରୋଗୀ ବୁହା ସରକାରୀ ଗାଡି ଗାଁ କୁ ଯାଇପାରେ ନାହିଁ । ସାଧାରଣ ରୋଗ ହେଲେ ବାଣପୁର ଡାକ୍ତରଖାନା ନହେଲେ ୨୫ କିଲୋମିଟର ମଝିଆଁଖଣ୍ଡ ଡାକ୍ତରଖାନା କୁ ଆସିବାକୁ ପଡିଥାଏ ।

ସରକାର ଏହି ଅପହଞ୍ଚ ଅଂଚଳ ର ଶଙ୍ଖଯୋଡି ଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବିନିମୟ ରେ ଏକ ପ୍ରସବ ସହାୟିକା ସେବିକା କେନ୍ଦ୍ର ଖୋଲିବା ପାଇଁ ନିଷ୍ପତି ନେଲେ । ଅଂଚଳବାସୀ ସରକାର ଙ୍କ ଉପରେ ଆସ୍ଥା ପ୍ରକଟ କଲେ କିନ୍ତୁ ପ୍ରସବ ସହାୟିକା ସେବିକା କେନ୍ଦ୍ର ଗୃହ ନିର୍ମାନ ସରିଛି । କିନ୍ତୁ ବିଦ୍ୟୁତ୍ କରଣ , ଜଳ ଯୋଗାଣ ଓ ଶୈାଚାଳୟ ନିର୍ମାଣ କାର୍ଯ୍ୟ ହୋଇନାହିଁ । ଯାହାଫଳ ରେ ସେବିକା କେନ୍ଦ୍ର କାର୍ଯ୍ୟକାରୀ ହୋଇପାରୁନାହିଁ । ଏ ସର୍ମ୍ପକେ ଦାୟିତ୍ୱ ରେ ଥିବା ରାଜସୁନାଖଳା ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବୈଦନାଥ ନନ୍ଦ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରି ସ୍ୱାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର କରିସାରିଛି । ଅନୁସଙ୍ଗିକ କାର୍ଯ୍ୟ ବିଦ୍ୟୁତ୍‌ି କରଣ ପାଇଁ ବିଦ୍ୟୁତ୍ ବିଭାଗ କୁ ଚିଠି ଦିଆହୋଇ ସାରିଛି । ସମ୍ପୁର୍ଣ୍ଣ କାର୍ଯ୍ୟ ଶେଷ ପ୍ରସବ ସହାୟିକା ସେବିକା କେନ୍ଦ୍ର କାର୍ଯ୍ୟକାରୀ ହେବ । ଅପରପକ୍ଷେ ଅଂଚଳବାସୀ ବିଳମ୍ବ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.