Home ଜିଲ୍ଲା ପରିକ୍ରମା ଅପର୍ତିବିନ୍ଧା ନ୍ୟୁ କଲୋନୀରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଅପର୍ତିବିନ୍ଧା ନ୍ୟୁ କଲୋନୀରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

7

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ୭୯ତମ ସ୍ୱାଧୀନତା ଦିବସ ଭଦ୍ରକ ଅପର୍ତିବିନ୍ଧା ନ୍ୟୁ କଲୋନୀସ୍ଥିତ ଉନ୍ନୟନ କମିଟି ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ଉକ୍ତ କମିଟିର ସଭାପତି ତଥା ବର୍ଷିୟାନ୍ ସାହିତ୍ୟିକ ହରମୋହନ କୁଅଁର ଜାତୀୟ ପତାକା ଉତୋଳନ କରିବା ଅବସରରେ ସେଠାରେ ଉପସ୍ଥିତ ଥିବା ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ସାମ୍ପ୍ରତିକ ଘଟଣାବଳୀକୁ ଆଧାର କରି ଉଦ୍‌ବୋଧନ ଦେଇଥିଲେ ଓ ଶେଷରେ ପିଲାମାନଙ୍କୁ ମିଷ୍ଟାନ ବିତରଣ କରାଯାଇଥିଲା। ଉକ୍ତ ଜାତୀୟ ଉତ୍ସବାନୁଷ୍ଠାନରେ ଉପସ୍ଥିତ ଥିଲେ ଉପସଭାପତି ମନୋଜ କୁମାର ଗୋସ୍ୱାମୀ ଓ ଅମରେନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରଫୁଲ୍ଲ କୁମାର ମଲ୍ଲିକ, ସହସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ଓ ରବୀନ୍ଦ୍ର କୁମାର ନାୟକ ଏବଂ କୋଷାଧ୍ୟକ୍ଷ ତଥା ଆବାହକ ଗଦାଧର ପଣ୍ଡା। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ସର୍ବଶ୍ରୀ ପରମାନନ୍ଦ ସାହୁ, ମନୋରଞ୍ଜନ ନାୟକ, ଗୌରପ୍ରସାଦ ନନ୍ଦୀ, କାହ୍ନୁ ଚରଣ ବେହେରା, କୃପାସିନ୍ଧୁ ଦ୍ୱିବେଦୀ, ଶ୍ରୀଧର ଦାସ, ପଂଚାନନ ଓଝା, ଚକ୍ରଧର ମଲ୍ଲିକ, ଡାକ୍ତର ଶିବ ପ୍ରସାଦ ଶତପଥୀ, ବୁନୁ ନାୟକ, ଜ୍ୟୋତିପ୍ରକାଶ ଦାସ, ସୁବ୍ରତ କୁମାର ସାହୁ, ରଘୁନାଥ ସ୍ୱାଇଁ, ହେମଲତା ମଲ୍ଲିକ, ଅନ୍ନପୂର୍ଣ୍ଣା ଜେନା, ସୁନିତା ନାୟକ, ମହେନ୍ଦ୍ର କୁମାର ରାଉତ, ଶୈଳେନ୍ଦ୍ର ନାରାୟଣ ପାଢୀ, ତ୍ରୈଲୋକ୍ୟ ନାଥ ଦ୍ୱିବେଦୀ, ମୁକ୍ତିକାନ୍ତ ମହାନ୍ତି ଓ ଧ୍ରୁବ ଚରଣ ଶାହା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.