Home ଜିଲ୍ଲା ପରିକ୍ରମା ଅପରେଶନ ସିନ୍ଦୂର, ତିହିଡ଼ି ବ୍ଲକ ସମାଜସେବୀ ମିଳିତ ମଂଚର ତ୍ରିରଙ୍ଗା ଶୋଭାଯାତ୍ରା

ଅପରେଶନ ସିନ୍ଦୂର, ତିହିଡ଼ି ବ୍ଲକ ସମାଜସେବୀ ମିଳିତ ମଂଚର ତ୍ରିରଙ୍ଗା ଶୋଭାଯାତ୍ରା

9

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅପରେଶନ ସିନ୍ଦୂର ସଫଳତାରେ ଭାରତୀୟ ସୈନିକମାନଙ୍କୁ ସମ୍ମାନ ଜଣାଇ ଭଦ୍ରକ ଜିଲା ତିହିଡ଼ି ବ୍ଲକ ସମାଜସେବୀ ମିଳିତ ମଂଚ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଶୁକ୍ରବାର ସନ୍ଧ୍ୟା ୬ଟା ସମୟରେ ଶୋଭାଯାତ୍ରା ତିହିଡ଼ି କଲେଜଛକରୁ ବାହାରି ବଜାର ପରିକ୍ରମା କରି ତହସିଲଛକ ଠାରେ ପହଂôଚ ଥିଲା। ପ୍ରାୟ ୫୦୦ ଫୁଟ୍‌ର ତ୍ରିରଙ୍ଗାକୁ ସାମାଜିକ କର୍ମୀମାନେ ଧରି ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ତିହିଡ଼ି ବ୍ଲକର ପ୍ରଦେଶ ସେବା ସଂଗଠନ, ଜାଗ୍ରତ ସେନା, ତ୍ରିବେଣୀ ଟ୍ରଷ୍ଟ, ବିପଦବନ୍ଧୁ ସେବା ସଂଗଠନ, ସାହାଡ଼ାଶୁଣୀ ସେବା ଟ୍ରଷ୍ଟ, ଜୀବନଜ୍ୟୋତି ସଂଗଠନ, ତିହିଡ଼ି ଯୁବମଂଚ, ତିହିଡ଼ି ଗୋପବନ୍ଧୁ ସେବା ସଂଘ, ଉତ୍କଳମଣି ସେବା ସଂଘ, ଏମବିଏସ୍‌ୱାଇ, ଦଧିବାମନ ସେବା ସଂଘ, ଇଣ୍ଡିଆ ୱାରିୟର୍ସ, ଆଗାମୀ ଆଲୋକ, ଶ୍ୟାମା କ୍ଲବ, ଭାରତ ସୋସିଆଲ ସର୍ଭିସ, ମା’ ଶ୍ୟାମାକାଳୀ ସେବା ସଂଗଠନ, ଭଦ୍ରକ ଗୋପବନ୍ଧୁ ସେବା ସଂଘର ଶତାଧିକ କର୍ମକର୍ତା ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.