Home ଓଡ଼ିଶା ଅନ୍ ଲାଇନ୍‌ରେ ମିଳିବ ଗାଈମାନଙ୍କର ସଂଖ୍ୟା; ଆରମ୍ଭ ହେଲା  ଗାଈ ମାନଙ୍କର ଆଧାର ପଞ୍ଜିକରଣ କାର୍ଯ୍ୟ

ଅନ୍ ଲାଇନ୍‌ରେ ମିଳିବ ଗାଈମାନଙ୍କର ସଂଖ୍ୟା; ଆରମ୍ଭ ହେଲା  ଗାଈ ମାନଙ୍କର ଆଧାର ପଞ୍ଜିକରଣ କାର୍ଯ୍ୟ

588

ଯାଜପୁର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟର ଅଧିକାଶଂ ଅଞ୍ଚଳରେ ବହୁ ହିତାଧିକାରୀ ମାନଙ୍କ ଆଜି ପର୍ଯ୍ୟନ୍ତ ଆଧାର କାର୍ଡ ନଥିବା ଅଭିଯୋଗ ହେଉଥିବା ବେଳେ , କେନ୍ଦ୍ର ସରକାର ରାଜ୍ୟର ସମସ୍ତ ଗୃହ କର୍ତ୍ତା ମାନଙ୍କର ଗୁହାଳରେ ବନ୍ଧା ହୋଇଥିବା ଗାଈ ମାନଙ୍କର ଆଧାର ପଞ୍ଜିକରଣ କାର୍ଯ୍ୟ ଆରମ୍ଭ କରିବା ଦେଖିବାକୁ ମିଳିଛି ।

 

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଗାଈ ପଞ୍ଜିକରଣ କାର୍ଯ୍ୟ ହେବା ଫଳରେ ଏବେ ଅନ୍ ଲାଇନ୍‌ରେ ଗାଈ ମାନଙ୍କ ସଂଖ୍ୟା ମିଳି ପାରିବ ।ଯାଜପୁର ଜିଲ୍ଲାରେଥିବା ୫ ଲକ୍ଷରୁ ଉର୍ଦ୍ଧ ଗାଈ ମାନଙ୍କର ପଞ୍ଜିକରଣ କାର୍ଯ୍ୟ ପ୍ରଥମେ କୋରାଇ ବ୍ଲକ୍ ଅମୃତିଆ ଗାମପଞ୍ଚାୟତରୁ ଆରମ୍ଭ ହୋଇଥିବା ଦେଖାଯାଇଛି ।

କୋରଇ ବ୍ଲକ୍ ରେଥିବା ୫୦ ହଜାରରୁ ଉର୍ଦ୍ଧ ଗୋରୁ ଗାଇଁ ଙ୍କ ଫାଟୁଆ ରୋଗ ପ୍ରତିଶୋଧକ ଇଞ୍ଜେକ୍ ସନ ଦେବା ସହ ବ୍ଲକ୍ ରେ ୨୫ଜଣ ପଶୁ ବିଭାଗର ପ୍ରଶିକ୍ଷକଙ୍କୁ ଗାଈ ପଞ୍ଜିକରଣ କାର୍ଯ୍ୟରେ ନିୟୋଜିତ କରାଯାଇଥିବା କୋରାଇ ପଶୁ-ଡାକ୍ତର ବସନ୍ତ କୁମାର ବେହେରା ସୁଚନା ଦେଇଛନ୍ତି । ଅମୃତିଆ ଗାମପଞ୍ଚାୟତରେ ୨ ହଜାରରୁ ଉର୍ଦ୍ଧ ଗାଈ ଗୋରୁ ଙ୍କୁ ଫାଟୁଆ ରୋଗ ନିରାକରଣ ଓ ଗାଈ ଆଧାର ପଞ୍ଜିକରଣ କାର୍ଯ୍ୟରେ ପ୍ରସାନ୍ତ କାମାର ଜେନାଙ୍କୁ ନିଯୁକ୍ତି ଦିଆଯାଥିବା ଦେଖିବାକୁ ମିଳିଛି  ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.