ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଆଜି ଭଦ୍ରକ ରୁ ଦୁଇଜଣ ଅନ୍ୟ ରାଜ୍ୟର ସଂଦେହୀ ବ୍ୟକ୍ତିଙ୍କୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଅଣ୍ଢେଇପଲ୍ଲୀ ଗ୍ରାମ ନିକଟରେ ଦୁଇଜଣ ଅନ୍ୟ ରାଜ୍ୟର ଲୋକଙ୍କୁ ଗ୍ରାମବାସୀ ସନ୍ଦେହ ଜନକ ଅବସ୍ଥାରେ ଦେଖି ପଚରା ଉଚୁରା କରିଥିଲେ । କିନ୍ତୁ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇ ଥିଲେ । ପରେ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ କରୁଥିବାର ଜଣା ପଡିଛି ।







