Home ଜିଲ୍ଲା ପରିକ୍ରମା ଅନ୍ତରୀକ୍ଷଙ୍କ ସ୍ମାର୍ଟ ସିଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ଅନ୍ତରୀକ୍ଷଙ୍କ ସ୍ମାର୍ଟ ସିଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

84

ନୟାଗଡ଼, ୧୮ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପ୍ରତିଯୋଗୀତାରେ ନୟାଗଡ଼ ଏନଏସି ସ୍ମୁଲର ନବମ ଶ୍ରେଣୀ ଛାତ୍ର ଅନ୍ତରୀକ୍ଷ ରଥଙ୍କ ସ୍ମାର୍ଟ ସିଟି ପ୍ରକଳ୍ପ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଛନ୍ତି। ସ୍ମାର୍ଟ ସିଟି ପ୍ରକଳ୍ପ କିପରି ମାନବ ଜଗତର ସୁରକ୍ଷା କରିପାରିବ ତାହାର ମୂଳ ଲକ୍ଷ୍ୟକୁ ଆଧାର କରି ଏହି ସ୍ମାର୍ଟ ସିଟି ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏହି ପ୍ରକଳ୍ପଟି ଆଧୁନିକ ସମାଜରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିପାରିବା ସହ ମାନବ ସଭ୍ୟତା ପାଇଁ ଅନ୍ତରୀକ୍ଷଙ୍କ ଏହା ଏକ ନୂଆ ଉଦ୍ଭାବନା ହେବ ବୋଲି ବିଜ୍ଞାନ ମେଳାରେ ଆଶାବ୍ୟକ୍ତ କରାଯାଇଛି। ଅନ୍ତରୀକ୍ଷଙ୍କ ଏପରି ସଫଳତାରେ ସେ ବିଜ୍ଞାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ତ୍ରିପାଠୀ, ଶିକ୍ଷକ ନବଜ୍ୟୋତି ମହାପାତ୍ର ଓ ପିତା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କୁ ନିଜର ଶ୍ରେୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.