Home କୋରାପୁଟ ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ସାଂଗଠନିକ ବୈଠକ

ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ସାଂଗଠନିକ ବୈଠକ

25

କୋରାପୁଟ  ୧୬-୦୩(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ଆଦିବାସୀ ଗବେଷଣା ପରିଷଦର ସଭାଗୃହଠାରେ ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦ , କୋରାପୁଟ ଜିଲ୍ଲା ବୋର୍ଡର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ସଭାପତି ଜି.ଅରୁଣ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓଡିଶା ରାଜ୍ୟ ମାନବାଧିକାର ପରିଷଦର ସଭାପତି ଆଲୋକ କୁମାର ବୋଷ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।କୋରାପୁଟ ଜିଲ୍ଲାରେ କିଭଳି ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ସେବାକାର୍ଯ୍ୟ  ଆଗକୁ ବଢିବ ,ସଭ୍ୟ ସଂଗ୍ରହ ଅଭିଯାନ ଓ ଜନସଚେତନତା ସଂପର୍କରେ ଶ୍ରୀ ବୋଷ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।ନିଜର ସଂକୀର୍ଣ୍ଣ ସ୍ୱାର୍ଥକୁ ତ୍ୟାଗ କରି କିଭଳି ଜନମଙ୍ଗଳ କାର୍ଯ୍ୟରେ ନିଜକୁ ସମର୍ପିତ କରିବା ପାଇଁ ସାଧାରଣ ସଂପାଦକ ଅସିତ କୁମାର ପଣ୍ଡା ଉପସ୍ଥିତ କର୍ମିମାନଙ୍କୁ ଆହ୍ୱାନ ଦେଇଥିଲେ ।ସଂଗଠନ ମଜବୁଦ ହେଲେ ମାନବାଧିକାର ସମସ୍ୟାଗୁଡିକର ସମାଧାନ ଅବିଳମ୍ବେ ହୋଇପାରିବ ବୋଲି ଜିଲ୍ଲା ସାଂଗଠନିକ ସଂପାଦକ ସନ୍ତୋଷ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ ।ଆଲୋକ କୁମାର ବୋଷଙ୍କୁ ନିକଟରେ ଶ୍ରେଷ୍ଠ ସାମାଜିକ କର୍ମି ୨୦୨୧ କଲାମ ସୂର୍ଣ୍ଣ ପୁରସ୍କାର ପାଇଥିବା ନିମନ୍ତେ ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦ ,କୋରାପୁଟ ଜିଲ୍ଲା ବୋର୍ଡ ତରଫରୁ ସମ୍ବର୍ନ୍ଧିତ କରାଯାଇଥିଲା । ନୂତନ ଭାବେ ଯୋଗଦେଇଥିବା ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁ   ଶ୍ରୀ ବୋଷ ନିଯୁକ୍ତପତ୍ର ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ଅଶୋକ କୁମାର ନନ୍ଦ ଯୋଗଦେଇ ପରିଚାଳନା କରିଥିଲେ ।ଏଥିପୂର୍ବରୁ ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦ , କୋରାପୁଟ ଜିଲ୍ଲା ବୋର୍ଡ ତରଫରୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଓ ଏସପି ବରୁଣ ଗୁଣ୍ଠାପାଲିଙ୍କୁ ପରିଷଦର ଅଧିସ୍ୱୀକୃତ ପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.