Home ଅନୁଗୁଳ ଅନୁଗୋଳ ଜିଲ୍ଲାରେ ୫ଜଣ ନୂଆ କରୋନା ଆକ୍ରାନ୍ତ

ଅନୁଗୋଳ ଜିଲ୍ଲାରେ ୫ଜଣ ନୂଆ କରୋନା ଆକ୍ରାନ୍ତ

86

ଅନୁଗୋଳ(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାରେ ଆଜି ୫ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଛି । ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅଞ୍ଚଳରେ ଆଜି ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନେ ହାଇଦ୍ରାବାଦ ଓ ପଶ୍ଚିମବଙ୍ଗରୁ ଫେରି ତାଳଚେର ବ୍ଲକ ଅଞ୍ଚଳରେ ହୋମ୍ କ୍ୱାରାଣ୍ଟାଇନରେ ଥିଲେ । ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ ରହିଛନ୍ତି,ସେମାନଙ୍କର ବୟସ ଯଥାକ୍ରମେ ୩୨ ଓ ୪୪ ବର୍ଷ ହୋଇଥିବା ବେଳେ ମହିଳା ଆକ୍ରାନ୍ତଙ୍କର ବୟସ ୪୫ ବର୍ଷ ବୋଲି ଜଣାପଡ଼ିଛି । ସେହିପରି କିଶୋରନଗର ବ୍ଲକରୁ ଆଜି ଜଣେ ପୁରୁଷ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୪୫ ବର୍ଷୀୟ ପୁରୁଷ ଜଣକ ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲରେ ତାଙ୍କ ବାପାଙ୍କ ଚିକିତ୍ସା ନିମନ୍ତେ ରହିଥିବା ବେଳେ ତାଙ୍କର ସ୍ୱାବ ନମୁନା ପରୀକ୍ଷା ପରେ ପଜିଟିଭ୍ ଆସିଥିଲା । ଏତଦବ୍ୟତୀତ, ଅନୁଗୋଳ ବ୍ଲକ ଅଞ୍ଚଳର ଜଣେ ୨୭ ବର୍ଷିୟ ଅହମ୍ମଦାବାଦ ଫେରନ୍ତା ଯୁବକ ଏକ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବାବେଳେ ତାଙ୍କର ନମୁନା ପଜିଟିଭ୍ ଥିବାର ଜଣାପଡ଼ିଛି । ସମସ୍ତଙ୍କୁ ତାଳଚେର କୋଭିଡ଼ ହସପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୁଚନା ଦେଇଛନ୍ତି । ଆଜି ୩ ଜଣ ସୁସ୍ଥ ହୋଇ କୋଭିଡ୍ ହସପିଟାଲରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି । ଏହାପୂର୍ବରୁ ୬୦ଜଣ ସୁସ୍ଥଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୬୩ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.