Home ଓଡ଼ିଶା ଅନିଶ୍ଚିତତା ମଧ୍ୟରେ କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ, ବିସ୍ଥାପିତଙ୍କ ସମସ୍ୟା ତୁଟୁନି

ଅନିଶ୍ଚିତତା ମଧ୍ୟରେ କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ, ବିସ୍ଥାପିତଙ୍କ ସମସ୍ୟା ତୁଟୁନି

40

ଯୋଡା, ୧୧/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦୀର୍ଘ ୪୦ ବର୍ଷ ଧରି କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ କାମ ସରିବାର ନା ଧରୁନାହିଁ । ସତେ ଯେମିତି ଏହି ନିର୍ମାଣ କାର୍ଯ୍ୟ କିଛି ଲୋକଙ୍କ ପାଇଁ ସୁନା ଅଣ୍ଡା ଦିଆ କୁକୁଡା ପାଲଟିଛି । ବିସ୍ଥାପିତଙ୍କ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଯୋଗୁଁ ଅଧେଦିନ କାମ ଚାଲୁଥିବା ବେଳେ ଅଧେ ଦିନ ବନ୍ଦ କରିବାକୁ ଠିକାଦାର ବାଧ୍ୟ ହୋଇଛି । ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଏହି କାର୍ଯ୍ୟ ଅନୁଶ୍ଚିତତା ମଧ୍ୟରେ ଗତି କରୁଛି । ୧୬ଟି ମୌଜାର ବିସ୍ଥାପିତମାନଙ୍କର ବିଭିନ୍ନ ଦାବି ନେଇ ବୁଧବାର ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଏବଂ ବିସ୍ଥାପିତଙ୍କ ମଧ୍ୟରେ ଏକ ଉଚ୍ଚସ୍ଥରିତ ଆଲୋଚନା ବାସୁଦେବପୁର ଛକ ନିକଟରେ ଅନୁଷ୍ଠିତ ହୋଇଯାଇଛି । ବିସ୍ଥାପିତଙ୍କ ପକ୍ଷରୁ ସ୍କୁଲ ଘର ନର୍ମାଣ, ଶ୍ମଶାନଘାଟ ନିର୍ମାଣ, ଖେଳ ପଡିଆ ଏବଂ ସେମାନଙ୍କୁ ଦୀର୍ଘ ବର୍ଷ ଧରି ପୂଜା କରିଆସୁଥିବା ଠାକୁରାଣୀ ଶାଳର ସ୍ଥାନାନ୍ତର ନେଇ ଆଜି ପ୍ରଶାସନିକ ଅଧିକାରୀ ଏବଂ ଗ୍ରାମବାସୀ ଘଟଣାସ୍ଥଳ ବୁଲି ଦେଖିବା ସହ ଖୁବ୍ ଶୀଘ୍ର ଏହାର ସମାଧାନ କରାଇଦେବାକୁ ବୋଲି ପ୍ରଶାସନୀକ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ପକ୍ଷରେ ବିସ୍ଥାପିତ ମାନେ ୨୦୧୭ ମସିହାରେ ୧୮ ବର୍ଷରୁ ଉର୍ଦ୍ଧ ପରିବାର ସଦସ୍ୟଙ୍କ ପାଇଁ ବିସ୍ଥାପିତଙ୍କ କ୍ଷତି ପୂରଣ ତାଲିକାରେ ସାମିଲ କରିବା ପାଇଁ ୨୬ଜଣଙ୍କ ନାମ ସୁପାରିଶ କରାଯାଇଥିଲା । ଅଦ୍ୟାବଧି ସେମାନଙ୍କୁ କ୍ଷତିପୂରଣ ମିଳିପାରିନଥିବା ବେଳେ ପୂର୍ବରୁ ୧୮ ବର୍ଷର ପରିବାର ସଦସ୍ୟମାନଙ୍କ ପାଇଁ ୩୬ କୋଟି ଟଙ୍କାର ଏକ ପ୍ୟାକେଜ ଆସିଥିବା ବେଳେ ତାହାକୁ ବିସ୍ଥାପିତ କ୍ଷତିଗ୍ରସ୍ଥ ପ୍ରଜା ଗ୍ରହଣ ନକରି ଫେରାଇଦେଇଥିଲେ । ଏହାପରେ ଏବେ ଆହୁରି ଅନେକ ପରିବାର ସଦସ୍ୟ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ସେମାନଙ୍କ ନାମ କ୍ଷତିଗ୍ରସ୍ଥ ପ୍ରଜା ଭାବେ ପଞ୍ଜିକୃତ ହୋଇନଥିବା ସେମାନେ ଅଭିଯୋଗ କରିଥିଲେ । କେବେ ସେମାନଙ୍କୁ ପଞ୍ଜିକୃତ କରାଯିବ ଏବଂ କ୍ଷତି ପୂରଣ ମିଳିବ ଏ ନେଇ ସେମାନଙ୍କ ପ୍ରଶ୍ନରେ ଜିଲ୍ଲା ପ୍ରଶାସନ କୌଣସି ଚୁଡାନ୍ତ ନିଷ୍ପତି ଦେଇନଥିବା ବେଳେ ସେମାନଙ୍କୁ ବୋଧ କରିବା ପାଇଁ, ଏହା ସରକାରୀ ଅନୁମୋଦନ ପାଇଁ ପଠାଯିବ ଏବଂ ସେଠାରୁ ଅନୁମୋଦନ ପରେ ଏହା ବିଚାରକୁ ନିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ଏହି ଆଲୋଚନାରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ସମେତ ବଡବିଲ ତହସିଲଦାର ଆଲୋକ କୁମାର ପଟେଲ, ପ୍ରକଳ୍ପ ନିର୍ଦ୍ଦେଶକ କୁଶଳ ଚନ୍ଦ୍ର ନାଏକ, ଚମ୍ପୁଆ ଉପଖଣ୍ଡ ପୁଲିସ ଅଧିକାରୀ ଦିଲ୍ଲୀପ କୁମାର ବାଗ, ନିର୍ବାହୀ ଯନ୍ତ୍ରୀ ଉଦୟନାଥ ସାହୁ, ପ୍ରକଳ୍ପ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ବେଦାମ୍ବର ବେହେରା, ଇ.ସି. ମହେନ୍ଦ୍ର କୁମାର ଭୂୟାଁ, ଚମ୍ପୁଆ ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ମହାପାତ୍ର ପ୍ରମୁଖ ପ୍ରଶାସନୀକ ଅଧିକାରୀ ଏବଂ ବିସ୍ଥାପିତ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.