Home ଜିଲ୍ଲା ପରିକ୍ରମା ଅନହରପୁରରେ ଡିଜେ ଓଲଟି ନାବାଳକ ମୃତ୍ୟୁ ଘଟଣା, ଦୁଃଖରେ ଭାଙ୍ଗି ପଡିଛନ୍ତି ବିଧବା ମା ଓ...

ଅନହରପୁରରେ ଡିଜେ ଓଲଟି ନାବାଳକ ମୃତ୍ୟୁ ଘଟଣା, ଦୁଃଖରେ ଭାଙ୍ଗି ପଡିଛନ୍ତି ବିଧବା ମା ଓ ଭାଇକୁ ହରାଇ ଥିବା କୁନି ଝିଅ

16

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାପାର ବର୍ଷିକିଆ ଯାଇନି। ମା’ର ଆଖିରୁ ଲୁହ ଶୁଖିନି। ସଂସାର ସଜାଡ଼ି ହୋଇନି। ହେଲେ ଭଗବାନଙ୍କ କଣ ଥିଲା ନିଷ୍ପତି, ଗୋଟିଏ ଝଟକା ରେ ସବୁ ସୁଖ ଛଡ଼େଇ ନେଲେ। ୧୪ ବର୍ଷର ଧନର ଦୋଷ କଣ ଥିଲା। ସମସ୍ତଙ୍କ ସହ ହସୁଥିଲା। ଖେଳୁଥିଲା। ରଥଯାତ୍ରାର ମଜା ନେଉଥିଲା। ଗାଁରୁ ରଥ ବାହାରି ଛକରେ ଥିବା ମାଉସୀ ବାଡ଼ି ଯାଉଥିଲା। ଗାଁ ଟୋକାଏ ରଥ ଆଗେ ଆଗେ ଡିଜେ ବଜାଇ ଚାଲୁଥିଲେ। ଠାକୁର ରଥରୁ ଓହ୍ଲାଇ ମାଉସୀ ମା ମନ୍ଦିର ରେ ପହଂଚୁ ପହଂଚୁ ଘଟିଗଲା ଅଘଟଣ। ଧାମନଗର ବ୍ଲକ ଭଗବାନପୁର ପଂଚାୟତ ଅନହରପୁର ଛକରେ ଡିଜେ ବକ୍ସ ଲଦା ହୋଇଥିବା ଟ୍ରାକ୍ଟର ଓଲଟି ଗାଁର ନା ବାଳକ ଧନର ଜୀବନ ଚାଲିଗଲା। ମନ୍ଦିର ପାଖରୁ ଅନହରପୁର ଯିବାବେଳେ କେନାଲ ବନ୍ଧ ଉପରେ ବୁଲାଇବାବେଳେ ଗାଡ଼ି ଲେଉଟି ପଡ଼ିବାରୁ କଡ଼ରେ ଯାଉଥିବା ଧନ ଉପରେ ଡିେଉ ବଡ଼ ବକ୍ସ ପଡ଼ିଯାଇଥିଲା। ତଳେ ପଥର ଓ ଉପରେ ୩ କ୍ୱିଂଟାଲ ରୁ ଅଧିକ ଓଜନ ବକ୍ସ ମଝିରେ ଚାପି ହୋଇଗଲା ଧନ। ସାଂଗରେ ଥିବା ଲୋକେ ବକ୍ସଗୁଡ଼ିକୁ ଉଠାଇବା ବେଳକୁ ଧନର ନିଶ୍ଚେତ ହୋଇ ଯାଇଥିଲା। ସାଂଗେ ସାଂଗେ ଧାମନଗର ମେଡିକାଲକୁ ନେଇଥିଲେ ବି ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ବାପ କିଶୋର ରାଉତ ର ମୃତ୍ୟୁ ପରେ ୭ ବର୍ଷର ଭଉଣୀ ଆଉ ବିଧବା ମା ସହ ରହୁଥିଲା ଧନ। ସ୍ୱାମୀ ଯିବା ପରେ ମା ପାଇଁ ଧନ ହିଁ ଥିଲା ଆଶାର ବାଡ଼ି। ଘରେ କେହି ରୋଜଗାରିଆ ନ ଥିଲେ। ଜିଲ୍ଲାର କୌଣସି ମେଳା ମହୋତ୍ସବରେ ଡିଜେ ବାଜିବନି। ମାର୍ଚ୍ଚ ମାସରେ ଦୋଳ ମେଳଣ ପୂର୍ବରୁ ଏ ନିୟମାବଳୀ ଜାରି କରିଥିଲା ଭଦ୍ରକ ଜିଲ୍ଲା ପ୍ରଶାସନ। ହେଲେ ବାସ୍ତବରେ ତାହା କାର୍ଯ୍ୟକାରୀ ହେଲା ନାହିଁ। ଦୋଳ ମେଳଣରେ ଡିଜେ ଆଉ ଭାଇବ୍ରେଟର ବାଜିଲା। ଏପ୍ରିଲ ମାସରେ ତିହିଡ଼ି ବ୍ଲକ ହାଟୁଆରିରେ ଡିଜେ ଗାଡ଼ି ୧୧ କେଭି ତାରରେ ଲାଗିଯିବାରୁ ୨ ଜଣଙ୍କ ଜୀବନ ଚାଲିଗଲା। ତଥାପି ଜିଲ୍ଲା ପ୍ରଶାସନ ଚେତିଲା ନାହିଁ। ଗୋଟେ ନିଷ୍ପାପ ଛୁଆର ଜୀବନ ଗଲା। ଧାମନଗର ପୋଲିସ ଶୁକ୍ରବାର ରାତି ରେ ଦୃଘଟଣା ଘଟାଇଥିବା ଡି ଜେ କିଛି ସାମଗ୍ରି କୁ ଜବତ କରିଥିବା ବେଳେ ଟ୍ରକ ସହ ଡି ଜେ ମାଲିକ ଓ କର୍ମଚାରି ମାନେ ଫେରାର ହୋଇ ଯାଇଛନ୍ତି । ପୋଲିସ ମୃତ ବାଳକ ବିଶ୍ୱ ରଞ୍ଜନ ରାଉତ ( ଧନ) ର ଶବ କୁ ବ୍ୟବଚ୍ଛେଦ ପାଇଁ ଶନିବାର ଭଦ୍ରକ ପଠାଇଛନ୍ତି ।ଧାମନଗର ଥାନା ରେ ଏକ ଅପମୃତ ମାମଲା ୧୭/୨୫ ରେ ରୁଜୁ କରିଛନ୍ତି। ତେବେ ରଥଟଣା ବେଳେ ଜିଲ୍ଲା ରେ ଡି ଯେ ବାରଣ ଥିବା ବେଳେ କେମିତି କେଉ ପରିସ୍ଥିତିରେ ଡି ଯେ ବାଜି ଥିଲା ଓ ଜଣେ ନିରୀହ ପିଲା ର ଜୀବନ ଗଲା ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ତଦନ୍ତ ଅଧିକାରି ଏ ଏସ ଆଇ ସୁଜିତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.