Home Top News ଅନଶନରତ ପରିବେଶବିତ ତଥା ସାମାଜିକ କର୍ମୀ ଶ୍ରୀକାନ୍ତ ନାୟକଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଲେ...

ଅନଶନରତ ପରିବେଶବିତ ତଥା ସାମାଜିକ କର୍ମୀ ଶ୍ରୀକାନ୍ତ ନାୟକଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଲେ ତେଜେଶ୍ୱର ପରିଡ଼ା

66

କେନ୍ଦ୍ରାପଡ଼ା: ୨୫ ଅଗଷ୍ଟ (ଓଡ଼ିଆ ପୁଅ) ଖରସ୍ରୋତା ନଦୀ ଜଳ ବିବାଦକୁ ନେଇ ଅନଶନ ଜାରି ରଖିଥିବା ପରିବେଶବିତ ତଥା ସାମାଜିକ କର୍ମୀ ଶ୍ରୀକାନ୍ତ ନାୟକଙ୍କୁ ଆଜି ପୂର୍ବାହ୍ନରେ ଯୁବ ନେତା ତେଜେଶ୍ୱର ପରିଡ଼ା, କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିବା ସହ, ତାଙ୍କ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।

ଶ୍ରୀଯୁକ୍ତ ଶ୍ରୀକାନ୍ତ ନାୟକଙ୍କ ଅନଶନ ଦୀର୍ଘ ଦିନ ହେଲା ଚାଲିଥିବାରୁ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭବିଷ୍ୟତରେ ଜଟିଳ ଓ ସଂକଟାପନ୍ନ ହେବାର ସମ୍ଭାବନା ଥିବାରୁ ତୁରନ୍ତ ତାଙ୍କର ବିଭିନ୍ନ ଦାବି ସମ୍ପର୍କରେ ପ୍ରଶାସନ ଓ ସରକାରଙ୍କର ଏକ ଉଚ୍ଚସ୍ତରୀୟ କମିଟି ଓ ସମ୍ପୃକ୍ତ ପ୍ରଶାସନିକ ବିଭାଗ ଯଥା ଜଙ୍ଗଲ ଓ ପରିବେଶ ବିଭାଗ, ଜଳ ସମ୍ପଦ ବିଭାଗ ର ଉଚ୍ଚ କର୍ତ୍ତୃପକ୍ଷ ତାଙ୍କୁ ଭେଟି ବିସ୍ତୃତ ଆଲୋଚନା କରିବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.