Home ଓଡ଼ିଶା ଅନଲାଇନ ଟଙ୍କା ଦେଣନେଣ କରୁଛନ୍ତି କି? ଆଜିଠୁ ବଦଳିଲା ଏହି ନିୟମ

ଅନଲାଇନ ଟଙ୍କା ଦେଣନେଣ କରୁଛନ୍ତି କି? ଆଜିଠୁ ବଦଳିଲା ଏହି ନିୟମ

579

ନୂଆ ଦିଲ୍ଲୀ ୨୬-୮ (ଓଡ଼ିଆ ପୁଅ) ଅନଲାଇନ ଟଙ୍କାର କାରବାର (Online Money Transaction) କରୁଛନ୍ତି କି? ତେବେ ଏହି ଖବର ଆପଣଙ୍କପାଇଁ ଜାଣିବା ଆବଶ୍ୟକ। କାରଣ ଭାରତୀୟ ରିଜର୍ବ ବ୍ୟାଙ୍କ (RBI) ରିୟଲ ଟାଇମ ଗ୍ରସ ସେଟଲମେଣ୍ଟ (RTGS) ର ସମୟ ଏକ ଘଣ୍ଟା ବଢ଼ାଇ ଦେଇଛନ୍ତି ଏବଂ ନିୟମରେ ପରିବର୍ତ୍ତନ ଆଜିଠୁ ଲାଗୁ ହୋଇଛି। ଆପଣ ଆଜି ସକାଳେ ୭ଟା ବେଳେ RTGS କରି ପାରିବେ। ଗ୍ରାହକମାନଙ୍କର ସୁବିଧା ପାଇଁ RBI ଏହାର ସମୟ ସକାଳେ ୭ଟାରୁ ସଂଧ୍ୟାରେ ୬ ପର୍ଯ୍ୟନ୍ତ କରିଦେଇଛନ୍ତି। ତା’ ପୂର୍ବରୁ ଏହାର ସମୟ ସକାଳେ ୮ ଟାରୁ ସଂଧ୍ୟାରେ ୬ ପର୍ଯ୍ୟନ୍ତ ଥିଲା।

ଏତିକି ଆମାଉଣ୍ଟ କରିପାରିବେ ଟ୍ରାନ୍ସଫର

ସୂଚନାଯୋଗ୍ୟଯେ, RTGS ଟ୍ରାନଜାକ୍ସନ (ଇଣ୍ଟରନେଟ ବ୍ୟାକିଙ୍ଗରେ ଟଙ୍କା ଦବା-ନବା) ରିୟଲ ଟାଇମ ବେସିସରେ ହୋଇଥାଏ। RTGS ବ୍ୟବହାରକରି ବଡ଼ ଆମାଉଣ୍ଟର ଟ୍ରାନଜାକ୍ସନ ପାଇଁ ହୋଇଥାଏ। ଟ୍ରାନଜାକ୍ସନ କରିବାକ୍ଷଣି ଦ୍ୱିତୀୟ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହୋଇଯାଇଥାଏ। ଆରଟିଜିଏସ (RTGS) ମୁଖ୍ୟ ରୂପରେ ୨ ଲକ୍ଷ ଟଙ୍କା କିମ୍ବା ସେଥିରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯାଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.