Home ଜିଲ୍ଲା ପରିକ୍ରମା ଅନନ୍ତ ଚରଣ ନାୟକଙ୍କ ଏକାଦଶାହ ସ୍ମୃତିଚାରଣ ସଭା

ଅନନ୍ତ ଚରଣ ନାୟକଙ୍କ ଏକାଦଶାହ ସ୍ମୃତିଚାରଣ ସଭା

20

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ସାହିତ୍ୟ ସଂସ୍କୃତି ମଂଚ ଆନୁକୂଲ୍ୟରେ ୰ ଅନନ୍ତ ଚରଣ ନାୟକଙ୍କ ଏରେଇ ଗ୍ରାମସ୍ଥ ବାସଭବନରେ ତାଙ୍କର ଏକାଦଶାହ କ୍ରିୟା ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପୌରହିତ୍ୟ କରିଥିଲେ ଚରମ୍ପା ସାହିତ୍ୟ ସଂସ୍କୃତି ମଂଚର ସମ୍ପାଦକ ବାବୁଲାଲ ଦାସ। ମୁଖ୍ୟ ଅତିଥି ଭାବେ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା : ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ଗୟାଧର ପଣ୍ଡା, ସମ୍ମାନୀତ ଅତିଥି ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷ ଉର୍ମ୍ମିଳା ନାୟକ, ବରେଣ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଶ୍ରୀ ଶରତ ଚନ୍ଦ୍ର ସାହୁ, ଶିକ୍ଷାବିତ୍ ମହେନ୍ଦ୍ର ପାଢ଼ୀ, ସର୍ବୋଦୟ ମଣ୍ଡଳର ନାରାୟଣ ଚନ୍ଦ୍ର ପାଢ଼ୀ ଓ ଏରେଇ ଗ୍ରାମପଂଚାୟତର ପୂର୍ବତନ ସରପଂଚଞ୍ଚ ରତ୍ନାକର ସାମଲ। ପ୍ରାରମ୍ଭରେ ତାଙ୍କ ଫଟୋଚିତ୍ରରେ ଧୂପ, ଦୀପ ଓ ପୁଷ୍ପାର୍ଘ୍ୟ, ବେଦପାଠ ଓ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ୰ ଅନନ୍ତ ଚରଣ ନାୟକ ଜଣେ ଆଦର୍ଶ ଶିକ୍ଷକ, ଛାତ୍ରବତ୍ସଳ, ଆମାୟୀକ, ସରଳ, ଶିଷ୍ଟ ଓ ମିଷ୍ଟ ବ୍ୟକ୍ତିଥିଲେ। ସେ ମଧ୍ୟ ଜଣେ ଲେଖକ, ଗାଳ୍ପିକ, କବି ଓ ସାରସ୍ୱତ ସାଧକ ବୋଲି ବକ୍ତାମାନେ ତାଙ୍କ ସ୍ମୃତିଚାରଣ କରିଥିଲେ। ସମୀତା ମଲ୍ଲିକ, ପ୍ରଣିତା ପଲାର, ସାମ୍ବାଦିକ ତପନ କୁମାର ପଣ୍ଡା, ଅଟଳ ବିହାରୀ ନାୟକ, ସଂଗ୍ରାମ କେଶରୀ ଦାସ, ନୀଳମ୍ବର ଲେଙ୍କା, ବାବାଜୀ ଚରଣ ମହାନ୍ତି, କୈଳାସ ଚନ୍ଦ୍ର ମହାପାତ୍ର, ରାଜକିଶୋର ଦାସ, ପ୍ରହଲ୍ଲାଦ ସାହୁ, ସରୋଜ ବଳ ଓ ରଘୁନାଥ ପଣ୍ଡ ପ୍ରମୁଖ ସ୍ମୃତିଚାରଣ କଲାବେଳେ ପୁତ୍ର ଦେବବ୍ରତ ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.