ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଯୁବଯାଦବ ମହାସଭା ଓ ଅନନ୍ତଗୋପାଳ ଡାଏରୀ ପକ୍ଷରୁ ଆଜି ଭଦ୍ରକ ବ୍ଲକର କୋର୍କରା ପଞ୍ଚାୟତର ନୂଆସାହି ଆଦିବାସୀ ବସ୍ତିରେ ଶୁଖିଲାଖାଦ୍ୟ ବଣ୍ଟନ କରାଯାଇଛି । ସଂଗଠନ ପକ୍ଷରୁ ଚୂଡା,ମୁଡି,ପାଉରୁଟି,ବିସ୍କୁଟ ସାଙ୍ଗକୁ ଅନନ୍ତ ଗୋପାଳ କ୍ଷୀର ବଣ୍ଟନ କରାଯାଇଥିଲା । ଅନନ୍ତ ଗୋପାଳ ଡାଏରୀର ମାଲିକ ତପନ ମହାକୁଡଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ଯୁବ ସଭାପତି ଅମର କୁମାର ନାୟକ,ଯୁବ ସଭାପତି ରବି ନାରାୟଣ ଖିଲାର ,ଯାଦବ ନେତା କୃଷ୍ମଚନ୍ଦ୍ର ବେହେରା ,କୋଷାଧ୍ୟକ୍ଷ ମନୋରଂଜନ ଦାସ,କାର୍ତ୍ତିକ ଚନ୍ଦ୍ର ବାରିକ ,କାଳନ୍ଦୀ ବାରିକ,ଶ୍ରୀଧର ବାରିକ ,ପ୍ରଭାତ କୁମାର ବାରିକ ପ୍ରମୁଖ ଯୋଗଦେଇ ଦଳିତ ଅସହାୟ ଲୋକଙ୍କୁ ଶୁଖ୍ରଲାଖାଦ୍ୟ ବଣ୍ଟନ କରିଥିଲେ । କ୍ରମାଗତଭାବେ ଆଜକୁ ଏଗାରଦିନଧରି ଏହି ଶୁଖିଲାଖାଦ୍ୟ ବଣ୍ଟନ ଚାଲିଛି । ପ୍ରାୟ ୬୦ ରୁ ଉର୍ଦ୍ଧ ଲୋକଙ୍କୁ ସଂଗଠନ ପକ୍ଷରୁ ମହାମାରୀ କରୋନା ନେଇ ସଚେତନତାସୃଷ୍ଟି ପାଇଁ ମାସ୍କ ପ୍ରଦାନ କରାଯାଇଥିଲା ।