ମୟୁରଭଞ୍ଜ,୧୫/୦/୧୦,(ଓଡ଼ିଆ ପୁଅ ପି ନାଏକ): ଅଧ୍ୟାପିକାଙ୍କ ବେକରୁ ସୁନା ଲୁଟ । ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି ଉଦଳା ଥାନା ଅଞ୍ଚଳରେ । ସୂଚନା ଅନୁସାରେ, ଉଦଳା କଲେଜରେ ଇଂରାଜୀ ବିଭାଗରେ ଅଧ୍ୟାପିକା ଥିବା ରହେନା ସୁଲତାନ କଲେଜରୁ ଫେରି ଘରକୁ ଆସୁଥିଲେ । ହଠାତ୍ ସେହି ସମୟରେ ପଛପଟୁ ଦୁଇ ଲୁଟେରା ବାଇକରେ ଆସି ତାଙ୍କ ବେକରୁ ଚେନ ଛିଡାଇ ନେଇ ପଳାଇଥିଲେ । ପରେ ତାଙ୍କ ବେକରେ କେବଳ ଲକେଟ୍ ହିଁ ରହି ଯାଇଥିଲା । ଏହି ଘଟଣା ପରେ ସେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏବେ ଏହାର ତଦନ୍ତ ଆରମ୍ଭ କରିଛି ।