ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ବହୁ ପୁରାତନ ସାହିତ୍ୟ ଓ ସଂସ୍କୃତିଭିତିକ ଅନୁଷ୍ଠାନ ଅଧ୍ୟାପକ ଡ ପୀତାମ୍ବର ସ୍ୱାଇଁ ସ୍ମୃତି ସଂସଦ ପୁନର୍ଗଠିତ ହୋଇଛି। ବିଶେଷ ଖବର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ କାର୍ଯ୍ୟକର୍ତାଙ୍କୁ ମନୋନୀତ କରାଯାଇଥିଲା। ସଂସଦର ସଭାପତି ଗୋପାଳ ପ୍ରସାଦ ନାଥଶର୍ମା ଦୀର୍ଘ ଦିନ ହେବ ଅସୁସ୍ଥ ରହିବା,କେତେକ ସଦସ୍ୟଙ୍କ ବିୟୋଗ ପରେ କମିଟି ପୁନର୍ଗଠନର ଆବଶ୍ୟକତା ଥିଲା। ସର୍ବସମ୍ମତିକ୍ରମେ ସଂସଦର ସମ୍ପାଦକ ପ୍ରଫେସର ଡ ଶଶଧର ଦାସ ସଭାପତି ଭାବେ ମନୋନୀତ ହେବାପରେ ଉପସଭାପତି ପପ୍ରାଧ୍ୟାପକ କମଳାକାନ୍ତ ସ୍ୱାଈଁ, ସମ୍ପାଦକ ପ ଅବସରପ୍ରାପ୍ତ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ,ଯୁଗ୍ମସଂପାଦକ ପ ଅଧ୍ୟାପକ ଡ ବିଶ୍ୱରଞ୍ଜନ ଦାସ, ସହ ସମ୍ପାଦକ ଆଡଭୋକେଟ ମନୋରଞ୍ଜନ ଦାସ, କୋଷାଧ୍ୟକ୍ଷ ଶ୍ରୀହର୍ଷ ସ୍ୱାଈଁ, ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଆଡଭୋକେଟ ନିତ୍ୟାନନ୍ଦ ଦାସ,ଶିକ୍ଷାବିତ ଗୋବର୍ଦ୍ଧନ ସାମଲ, ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ,ପ୍ରଫେସର ଡକ୍ଟର ବଳରାମ ମିଶ୍ର, ପ୍ରଫେସର ଡକ୍ଟର କ୍ଷୀରୋଦ ସାମଲ, ଅଧ୍ୟାପକ ଡକ୍ଟର ଅଭୟ କୁମାର ଦାସ, ଶିକ୍ଷାବିତ ରତିକାନ୍ତ ବେହେରା,କୃଷିଅଧିକାରୀ ଅରୁଣ କୁମାର ପାତ୍ର, ଅଧ୍ୟାପିକା ଡ ମମତା ସାହୁ,ଅଧ୍ୟାପିକା ଉଷାରାଣୀ ଜେନା,ଓ ଅବସରପ୍ରାପ୍ତ ସରକାର କର୍ମଚାରୀ ଶ୍ରୀମତୀ କଳ୍ପନା ସ୍ୱାଈଁ ମନୋନୀତ ହୋଇଛନ୍ତି ବୋଲି ନୂତନ ସଭାପତି ପ୍ରଫେସର ଡ ଶଶଧର ଦାସ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।







