Home ଓଡ଼ିଶା ଅଧ୍ୟାପକଙ୍କ ବାସଗୃହରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ଅଧ୍ୟାପକଙ୍କ ବାସଗୃହରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

101

ବଲାଙ୍ଗୀର ୩୧-୦୮(ଓଡ଼ିଆ ପୁଅ) ବଲାଙ୍ଗୀର ସହର ସ୍ଥିତ ରାଜେନ୍ଦ୍ର ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁକ୍ତଦୁଇ ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ବାସଭବନରେ ମୃତ୍ୟୁ। ଆଜି ବଲାଙ୍ଗୀର ସହର ସ୍ଥିତ ଶାନ୍ତିପଡ଼ା ସ୍ଥିତ ଏକ ଭଡା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ସକାଳୁ ,ସକାଳୁ ଘଟଣା ବିଷୟରେ ଜାଣି ପୋଲିସକୁ ଖବର ଦେଇଥିଲେ ଘର ମାଲିକ ଡାକ୍ଟର ଅଶୋକ ସେଠୀ। ଘଟଣା ସ୍ଥଳେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଭୀମଭୋଇ ମ୍ୟାଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି। ହସ୍ପିଟାଲରେରୁ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପ୍ରକାଶ କରିଛି। ତେବେ ମୃତ୍ୟୁକୁ ନେଇ ସାଧାରଣ ରେ ଆଲୋଚନା ଜୋର ଧରିଛି ଓ ପ୍ରକୃତ କାରଣ କଣ ସେ ନେଇ ନା ନା ପ୍ରକାର ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.