Home ଓଡ଼ିଶା ଅଧିକ ହୋଲଡିଙ୍ଗ୍ ଟ୍ୟାକ୍ସ୍ ମୁଲ୍ୟାୟନ ଯୋଗୁଁ ରଣପୁର ରେ ପ୍ରବଳ ଅସନ୍ତୋଷ

ଅଧିକ ହୋଲଡିଙ୍ଗ୍ ଟ୍ୟାକ୍ସ୍ ମୁଲ୍ୟାୟନ ଯୋଗୁଁ ରଣପୁର ରେ ପ୍ରବଳ ଅସନ୍ତୋଷ

39

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୯- ଗତ ୨୦୧୪ ମସିହାରେ ରଣପୁର କୁ ବିଜ୍ଞାପିତ ଅଂଚଳ ପରିଷଦ ଭାବରେ ଘୋଷଣା କରାଯାଇଥିଲା । ରଣପୁରବାସୀ ଙ୍କ ମନରେ ଅନେକ ଆଶା ଓ ଆକାଂକ୍ଷା ଭରି ରହିଥିଲା । ରଣପୁର ବାସୀ ଏକ ସହରାଞ୍ଚଳ ଜୀବନ ଯାପନ କରିବେ ବୋଲି ବିଶ୍ୱାସ ଥିଲା । ସେ ବିଶ୍ୱାସ ମାଟିରେ ମିଶି ଯାଇଛି । ବିକାଶ ର ଧାରା ପ୍ରଶାସନିକ ଫାଇଲ୍ ତଳେ ଚାପି ହୋଇଯାଇଛି । ଏ ଯାଏଁ ନାଳ ନର୍ଦମା ରେ ମଶା ଯୋଗୁଁ ଲୋକମାନେ  ବିଭିନ୍ନ ରୋଗ ରେ ପଡୁଛନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ପଚାରେ କିଏ । ରାସ୍ତା ଆଲୋକୀ କରଣ ହୋଇଛି ଶତ କିନ୍ତୁ ଅଧା ଅନ୍ଧାର ଅଧା ଆଲୋକ । ଏ ଯାଏଁ କଲ୍ୟାଣ ମଣ୍ଡପ ଟିଏ ନାହିଁ ।  ସତେ ଯେପରି ନାହିଁ ନାହିଁ ରେ ଚାଲିଛି ରଣପୁର ବିଜ୍ଞାପିତ ଅଂଚଳ ପରିଷଦ । ବର୍ତ୍ତମାନ ର କରୋନା କଟକଣା ତାଡନା ରେ କିଏ ନିଜ ବ୍ୟବସାୟ ହରାଇଛି ତ ଆଉ କିଏ ନିଜ ଚାକିରୀ ହରାଇଛି । ଲୋକ ମାନଙ୍କ ର ଆର୍ଥିକ ମାନଦଣ୍ଡ ଭୁଷୁଡି ପଡିଛି । ଏଭଳି ମହାମାରୀ ସମୟରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ମୂଲ୍ୟାୟନ କରାଯାଇଥିବା ମନଇଚ୍ଛା ହୋଲଡିଙ୍ଗ୍ ଟ୍ୟାକ୍ସ୍ ଲୋକମାନଙ୍କୁ ହତାଶାଭାବ  ଆଣି ଦେଇଛି । ଧନୀ ବଡ ବ୍ୟବସାୟୀ ମାନଙ୍କର କମ୍ ମୁଲ୍ୟାୟନ ହୋଇଥିବା ବେଳେ ଗରିବ କୃଷକ ଓ ବେରୋଜଗାରୀ  ମାନଙ୍କର ୩୦ରୁ ୪୦ ହଜାର ପର୍ଯ୍ୟନ୍ତ ହୋଲଡିଙ୍ଗ୍ ଟ୍ୟାକ୍ସ୍ ମୁଲ୍ୟାୟନ ହୋଇଅଛି । ଏପରିକି  ସାଧାରଣତଃ ଆବାସ ଯୋଜନା ପାଇଥିବା ହୀତାଧିକାରୀ ମାନଙ୍କ ର ୨୦ ହଜାର ରୁ ଉର୍ଦ୍ଧ ହୋଲଡିଙ୍ଗ୍ ଟ୍ୟାକ୍ସ୍ ମୂଲ୍ୟାୟନ କରାଯାଇଛି ।

ଯାହାଫଳ ରେ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି । ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିଶି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଓଡିଶା ପୈାର ପରିଷଦ ଗୃହ ବିଭାଗ ତରଫରୁ ଏକ ଦଳ ଆସି ଆକଳନ କରିଛନ୍ତି । ଆକଳନ ର ଶତକଡା ୧୦ ଭାଗ ଅଂଚଳ ବାସୀ ଙ୍କୁ ବାର୍ଷିକ ହୋଲଡିଙ୍ଗ୍ ଟ୍ୟାକ୍ସ୍ ଆକାର ରେ ଦେବାପାଇଁ ପଡିବ ।  କିନ୍ତୁ ଏଥିପାଇଁ ଯାହାର ଅଧିକ ମୁଲ୍ୟାୟନ କରାଯାଇଛି ବୋଲି ଅନୁଭବ କରୁଛନ୍ତି ସେମାନେ ଅକ୍ଟୋବର ୨ ତାରିଖ ମଧ୍ୟ ରେ ଲିଖିତ ଅଭିଯୋଗ କଲେ ସେମାନଙ୍କର ପୁଣିଥରେ ହୋଲଡିଙ୍ଗ୍ ଟ୍ୟାକ୍ସ୍ ମୁଲ୍ୟାୟନ କରାଯିବ । ଏ ସର୍ମ୍ପକେ ପୁର୍ବତନ କାଉନସିଲର ପ୍ରିୟବ୍ରତ ପ୍ରହରାଜ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଏହୁ ମୁଲ୍ୟାୟନ ଠିକ୍ ହୋଇନାହିଁ । ବିଭାଗୀୟ ଅଧିକାରୀ ଏହି ମନଇଛା ମୂଲ୍ୟାୟନ କୁ ବାତିଲ୍ କରି ପୁଣିଥରେ ମୁଲ୍ୟାୟନ କରିବା ଆବଶ୍ୟକ ହୋଇପଡିଛି । ଏ ସର୍ମ୍ପକେ ପୁର୍ବତନ କାଉନସଲ୍ର ସତ୍ୟରଞ୍ଜନ ମତା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଆବାସ ଯୋଜନା ପାଇଥରବା ଗରିବ ଲୋକ ମାନଙ୍କର ମଧ୍ୟ ପହୁ ଅଧିକ ମୁଲ୍ୟାୟନ କରାଯାଇଛି । ବିଭାଗୀୟ ଅଧିକାରୀ ପୁନଃ ମୁଲ୍ୟାୟନ ନକଲେ ରଣପୁର ବନ୍ଦ ଡାକରା ଦିଆଯାଇ ରାଜ ରାସ୍ତା ଅବରୋଧ କରାଯିବା ସହ ବିଜ୍ଞାପିତ ଅଂଚଳ କାର୍ଯ୍ୟାଳୟ କୁ ଘେରାଉ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.