Home ଜିଲ୍ଲା ପରିକ୍ରମା ଅଧାରାସ୍ତା କାମଛାଡି ୮ ମାସ ହେଲା ଠିକାଦାର ଫେରାର, ବନ୍ଦ ରହିଛି ବନ୍ଧ ରାସ୍ତା କାମ,...

ଅଧାରାସ୍ତା କାମଛାଡି ୮ ମାସ ହେଲା ଠିକାଦାର ଫେରାର, ବନ୍ଦ ରହିଛି ବନ୍ଧ ରାସ୍ତା କାମ, ଲୋକେ ହନ୍ତସନ୍ତ

4
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦୋବଲ ଠାରୁ କଂଟଦା ରାସ୍ତା ର ଆରମ୍ଭରୁ ନଦିପୂର୍ ରାସ୍ତା ନିର୍ମାଣ ୮ ମାସ ପୂର୍ବେ। ନିର୍ମାଣ କାର୍ଯ୍ୟ ହୋଇ ଥିଲେ ସୁଧା ଆଜି ଯାଏ ଶେଷ ହୋଇ ପାରିଲା ନାହିଁ। ଉକ୍ତ ରାସ୍ତା ଉପରେ ଦୋବଲ , କରଦା , ଅଙ୍ଗେଇପାଳ, ନନ୍ଦିପୁର ଓ ଖଡ଼ିପଦା କୋରକୋଦା ଲୋକ ମାନେ ଯାତାୟାତ କରନ୍ତି। ଗେଙ୍ଗୁଟି ନଦୀବନ୍ଧରେ ବୋଲଡର ପରେ ନାଲି ଗୋଡ଼ି ବିଛା ହେବା ପରେ ପିଚୁ ରାସ୍ତା ହେବ ବୋଲି ଲୋକେ ଖୁସି ହୋଇ ଯାଇଥିଲେ। ପ୍ରକାଶ ଥାଉ କି ନଦୀ ବନ୍ଧର କୋରକୋଦା ଠାରୁ ଅଙ୍ଗେଇପାଳ ଓ କରଦା ପର୍ଯ୍ୟନ୍ତ ରାସ୍ତା ନବୀକରଣ କାମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୪ କିଲୋମିଟର ରାସ୍ତା ଭିତରୁ ପ୍ରାୟ ୨ କିଲୋମିଟର ବନ୍ଧକୁ ପିଚୁ କରିବାକୁ ଟେଣ୍ଡର ହୋଇଥିଲା। ଟେଣ୍ଡର ପାଇ ଥିବା ଠିକାଦାର ବୋଲଡ ର ଆଉ ନାଲିଗୋଡ଼ି ପକେଇ ରୋଲିଂ କରିଦେଲେ। ପୁଣି ତା ଉପରେ ବଜୁରୀ ଓ ବଜୁରୀ ଗୁଣ୍ଡ ପକାଇ ରୋଲିଂ କରିଦେଲେ। ତା ପରେ କାମ ଛାଡ଼ି ଚାଲିଗଲେ। ଗତ ୮ମାସ ହେଲା ଏହି ରାସ୍ତା କାମ ବନ୍ଦ ରହିଛି। କୋରକୋଦା ରୁ କରଦା ଓ କରଦା ରୁ କୋରକୋଦା ଆସୁଥିବା ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଛୋଟ ଛୋଟ ବଜୁରୀ ପଡ଼ିଥିବାରୁ ବାଇକ୍ ସ୍ଲିପ୍ କରୁଛି। ଆଉ କେତେବେଳେ ଟାୟାର ଲିକ୍ କରିଦେଉଛି। ଖାଲି ଏତିକି ନୁହଁ, ବଜୁରୀ ଗୁଣ୍ଡ ଉପରେ ଗାଡ଼ି ଚାଲିବାରୁ ଧୂଳି ଉଡ଼ି ଘର ଉପରେ ଆସ୍ତରଣ ପଡ଼ି ଯାଉଛି। ଅପରପକ୍ଷରେ ସଂପୃକ୍ତ ଠିକାଦାରଙ୍କୁ ପଚାରିବାରୁ କେବଳ ପିଚୁ କାମ ହେବ ୧୫ ଦିନ ମଧ୍ୟରେ କାମ ହେବ ବୋଲି କହିଥିଲେ। ସେପଟେ ଜଳ ସଂପଦ ବିଭାଗର କାର୍ଯ୍ୟାଳୟର କନିଷ୍ଠ ୟନ୍ତ୍ରୀ ସ୍ୱାଗତ ଦାସ କହିଛନ୍ତି ଯେ, ଠିକାଦାରଙ୍କୁ ତାଗିଦ କରାଯାଇଛି। ଆସନ୍ତା ମାସକ ମଧ୍ୟରେ ପିଚୁ କାମ ସାରି ଦିଆଯିବ ବୋଲି ସେ କହିଛନ୍ତି। ତେବେ ଆଉ ୨ କିଲୋମିଟର ନଦୀବନ୍ଧ ପିଚୁ ହେବା ନେଇ ବର୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଅଂଚଳ ବାସି ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଦୋବଲ ରୁ କରଦା ଯିବାକୁ ମାତ୍ର ୪ କିଲୋମିଟର ଦୂର। ହେଲେ ବର୍ଷା ଦିନେ ଏ ରାସ୍ତାରେ ଯିବା ସମ୍ଭବ ହେଉନଥିବାରୁ ଅଙ୍ଗେଇପାଳ ଓ କରଦା ଲୋକେ ଖଡ଼ିପଦା, ସୁଜାଣସିଂହପୁର ହୋଇ ଯିବା ଆସିବା କରୁଛନ୍ତି। ଏଥିଲାଗି ସେମାନଙ୍କୁ ପ୍ରାୟ ୮ କିଲୋମିଟର ଅତିକ୍ରମ କରିବାକୁ ପଡୁଛି। ବେଶୀ ମାତ୍ରାରେ ହଇରାଣ ହେଉଛନ୍ତି ଅଙ୍ଗେଇପାଳ ଲୋକେ। ସେମାନଙ୍କ ପିଲାଛୁଆ ଦୋବଲ କିମ୍ବା ଖଡ଼ିପଦା ସ୍କୁଲରେ ପଢୁଛନ୍ତି। ବର୍ଷାଦିନେ ବନ୍ଧ ବାଟେ ଯିବା ସହଜ ହେଉନାହିଁ। ଏଥିଲାଗି ସେମାନେ ଅଧିକ ବାଟ ବୁଲୁଛନ୍ତି। ଆଉ କେହି କେହି ଚାଲି ଚାଲି ୪ କିଲୋମିଟର ଦୂର ଦୋବଲ ସ୍କୁଲକୁ ଆସୁଛନ୍ତି। ଏଣୁ କୋରକଦା ରୁ କରଦା ଗେଙ୍ଗୁଟି ଦକ୍ଷିଣ ପାର୍ଶ୍ୱ ନଦୀବନ୍ଧକୁ ପିଚୁ କରିବା ଲାଗି ଲୋକଙ୍କ ଦାବିକୁ ଗ୍ରହଣ କରି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପଦକ୍ଷେପ ନେଇଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କ ମନ ମାନି ଯୋଗୁଁ ତାହା ବନ୍ଦ ରହିଛି। ତୁରନ୍ତ କାର୍ଯ କରିବା ପାଇଁ ସମାଜସେବୀ ହୃଦାନନ୍ଦ କର,ବାମନ ପତି,ମନୋରଞ୍ଜନ ପଣ୍ଡା,କୁଳମଣି ବେହେରା,ଅଶୋକ ଦାସ,ରାଜୀବ ବେହେରା ପ୍ରମୁଖ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.