ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଦିନିଆ ଲଘୁଚାପ ବର୍ଷା ପାଇଁ ଚାଷୀ ମୁଣ୍ଡରେ ଚଡକ।ଧାନ ଅମଳ ସମୟ ରେ ଅଦିନିଆ ଲଘୁଚାପ ହେବା ଫଳରେ ଏବେ ବର୍ଷା ପାଣିରେ ଧାନ, ଯାହାକୁ ନେଇ ଚିନ୍ତାରେ ଚାଷୀ, ବର୍ଷକ ର ଆହାର ଏବେ ଗଜା ହେବାକୁ ଯାଉଛି। ବଙ୍ଗୋପ ସାଗର ରେ ଲଘୁଚାପ ହେବା ପରେ ଶୁକ୍ରବାର ଠାରୁ ଜିଲ୍ଲାରେ ଝିପି ଝିପି ବର୍ଷା ଲାଗିରହିଛି। ଫଳରେ ବିଲରେ ପାଣି ଜମିଲାଣି କିଛି ଚାଷୀ ଧାନ ଅମଳ କରିଥିଲେ ବି ଏବେ ଓଦା ହୋଇ ପଡିଛି। ସେପଟେ ଆଉ କିଛି ଦିନ ପରେ ମଣ୍ଡି ଖୋଲିବାକୁ ଥିବା ବେଳେ ଧନ ଅମଳ ସରିନି ଯାହାକୁ ନେଇ ଚିନ୍ତା ରେ ଚାଷୀ, ସରକାରଙ୍କ ଏଫଏକ୍ୟୁ ମାନର ଧାନ କିପରି ଦେବେ ତାହାକୁ ନେଇ ଚିନ୍ତରେ ଚାଷୀ। କାରଣ ବର୍ଷା ହେବା ଫଳରେ ଧାନ ଏବେ ଓଦା ହେବ ଏବଂ ଧାନର ରଙ୍ଗ ମଧ୍ୟ୍ୟ ପରିବର୍ତନ ହେବ ଏମିତି ହେଲେ ଏଫଏକ୍ୟୁ ମାନର ଧାନ କିପରି ଦେବେ ସେ ନେଇ ଦ୍ୱନ୍ଦ୍ୱ ରେ ଚାଷୀ। ଅନ୍ୟପଟେ ଲଘୁଚାପ ବର୍ଷା କୁ ନେଇ କୃଷି ବିଭାଗ ତରଫରୁ ଚାଷୀ ଙ୍କୁ କୌଣସି ପ୍ରକାର ର ସୂଚନା ମଧ୍ୟ୍ୟ ଦେଇନଥିବା କଥା କହିଛନ୍ତି ଚାଷୀ ମାନେ। ତେବେ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ଆଣିଦେଇଛି ଦୁଃଖ।