Home ଜିଲ୍ଲା ପରିକ୍ରମା ଅତ୍ୟାଧୁନିକ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଉଦ୍‌ଘାଟିତ

ଅତ୍ୟାଧୁନିକ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଉଦ୍‌ଘାଟିତ

25

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର (ସି.ଆର୍‌.ଏସ୍‌.ଆର୍‌) ପରିସରରେ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର (ଡିଡିଆରସି) ବିଧାୟକ ସଂଜୀବ୍ କୁମାର ମଲ୍ଲିକ୍‌ଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି କେନ୍ଦ୍ର ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ଉକ୍ତ କେନ୍ଦ୍ର ଭିନ୍ନକ୍ଷମମାନଙ୍କୁ ଥଇଥାନ କରିବା ଦିଗରେ ବିଶେଷଭାବରେ କାର୍ଯ୍ୟ କରିବ । ପୂର୍ବରୁ ଓଡିଶାରେ ଏହି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ୮ଟି ଜିଲାରେ କାର୍ଯ୍ୟକାରି କରୁଥିଲାବେଳେ ଏହି ବର୍ଷ ଆଉ ୨ଟି ଜିଲ୍ଲାରେ ଯଥା- ଢ଼େଙ୍କାନାଳ ଓ ଭଦ୍ରକରେ ଖୋଲାଯାଇ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଥଇଥାନ କରିବା ପାଇଁ ସରକାର ଏକ ବିହୀତ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଏହି ପୁନର୍ବାସ କେନ୍ଦ୍ରକୁ ବିଧାୟକ ଉଦ୍‌ଘାଟନ କରିବା ସମୟରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଂଜନ ଦାଶ, ଅବସରପ୍ରାପ୍ତ ସ୍ୱଳ୍ପସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ, ଡା.ଦେବରାଜ ପାଣିଗ୍ରାହୀ, ସି.ଆର.ଏସ.ଆର. ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଭଗବାନ ପରିଡ଼ା ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସି.ଆର୍‌.ଏସ୍‌.ଆର୍‌. ପ୍ରମୋଦ କୁମାର ନାୟକ, ଗୋପାଳ ଚନ୍ଦ୍ର ନାୟକ, ଗୟାଧର ସାହୁ, କମଳାକାନ୍ତ ବାରିକ, ରତିକାନ୍ତ ନାୟକ, ଶେଖାବତ୍ ଅଲ୍ଲୀ, ଅଭିମନ୍ୟୁ ମଲ୍ଲିକ୍‌, ସ୍ମିତା ନାୟକ, ସସ୍ମିତା ରାଉତ, ଅମିତା ପାତ୍ର ଓ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.