Home ଓଡ଼ିଶା ଅତି ଭୟଙ୍କର ବାତ୍ୟା ଅମ୍ଫାନ୍ : ଏବେ ପାରାଦୀପଠାରୁ ୮୨୦ କିମି ଦୂରରେ – ୧୩...

ଅତି ଭୟଙ୍କର ବାତ୍ୟା ଅମ୍ଫାନ୍ : ଏବେ ପାରାଦୀପଠାରୁ ୮୨୦ କିମି ଦୂରରେ – ୧୩ କି.ମି.ପ୍ରତି ଘଣ୍ଟା ବେଗରେ ମାଡ଼ିଆସୁଛି

388

ଭୁବନେଶ୍ୱର ୧୮-୫ (ଓଡ଼ିଆ ପୁଅ) : ଅତି ଭୟଙ୍କର ବାତ୍ୟାର ପୂପ ନେଇ ସାରିଲାଣି ଅମ୍ଫାନ୍। ଏବେ ପାରାଦୀପଠାରୁ ୮୨୦ କିମି ଦୂରରେ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏବେ ଏହି ବାତ୍ୟା ୧୩ କି.ମି.ପ୍ରତି ଘଣ୍ଟା ବେଗରେ ମାଡ଼ିଆସୁଛି। ଏହି ବାତ୍ୟା ଉପକୂଳ ଅଞ୍ଚଳରେ ପ୍ରଭାବ ପକାଇ ଆଗକୁ ବଢ଼ିବ। ଆସନ୍ତା ୨୦ ତାରିଖରେ ସକାଳ ୯ଟା ରୁ ୧୨ଟା ସମୟ ମଧ୍ୟରେ ଏହା ପଶ୍ଚିମବଙ୍ଗ ର ଦିଘା ଏବଂ ବାଂଲାଦେଶ ର ହାଟିଆ ଦୀପଠାରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ଏହା ଭୟଙ୍କର ବାତ୍ୟାର ରୂପଧାରଣ କରି ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଲିଛି। ତେବେ ଏହା ଫଳରେ ପବନର ବେଗ ୧୭୦ରୁ ୧୮୦ କିଲୋମିଟର ହେବ ଏପରିକି ଏହା ୨୦୦ କିଲୋମିଟର ଛୁଇଁପାରେ ବୋଲି ଆକଳନ କରାଯାଉଛି। ଏହା ଫଳରେ ଆଜିଠୁ ବର୍ଷା ଆରମ୍ଭ ହୋଇଯିବ ଓଡ଼ିଶାରେ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଜଗତସିଂହପୁର, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଆଦି ୫ ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.