Home କେନ୍ଦୁଝର ଅତିରିକ୍ତ ତହସିଲଦାରଙ୍କ ଚଢ଼ାଉ,ତିନୋଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ ଓ ବିପୁଳ ବାଲି ଜବଦ

ଅତିରିକ୍ତ ତହସିଲଦାରଙ୍କ ଚଢ଼ାଉ,ତିନୋଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ ଓ ବିପୁଳ ବାଲି ଜବଦ

67

ହାଟଡ଼ିହି, ୬ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନୋଟି ବାଲିବୋଝେଇ ଟ୍ରାକ୍ଟର ଓ ଗୋଟିଏ ଟ୍ରକକୁ ଜବଦ କରିଥିବାବେଳେ ଇଶଳା ଗାଁ ନିକଟରେ ଏକ ବେଆଇନ ବାଲି ଡମ୍ପକୁ ଜବଦ କରିଛନ୍ତି । ଏହି ଡମ୍ପରେ ଶହେରୁ ଉର୍ଦ୍ଧ ଟ୍ରାକ୍ଟର ବାଲି ଗଚ୍ଛିତ ରଖାଯାଇଥିବା ଦେଖିବାକୁ ମିଳିଛି । କିଛି ବାଲିମାଫିଆ ସମଣା ଘାଟରୁ ବେଆଇନ ଭାବେ ଟ୍ରାକ୍ଟର ସାହାଯ୍ୟରେ ବୋହି ଇଶଳା ଧାନଘର ରାସ୍ତାର ପୁରୁଣା ସ୍କୁଲ ନିକଟରେ ବାଲିକୁ ଗଚ୍ଛିତ ରଖିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ଖବରପାଇ ହାଟଡିହି ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ ରମ୍ପାସ ରାଜସ୍ୱ ନିରୀକ୍ଷକ ସୁଶାନ୍ତ ସାମଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଏହି ବାଲିକୁ ଜବଦ କରିଛନ୍ତି । ଜବଦ ବାଲିକୁ ନିଲାମ କରାଯିବ ବୋଲି ଅତିରିକ୍ତ ତହସିଲଦାର ସୁଚନା ଦେଇଛନ୍ତି । ସେହିପରି ଅଣା ସମଣା ରାସ୍ତାରେ ତିନୋଟି ବାଲିବୋଝେଇ ଟ୍ରାକ୍ଟରକୁ ଜବଦ କରିବା ସହିତ ଗୋଟିଏ ମୋରମ ବୋଝେଇ ଟ୍ରକକୁ ଜବଦ କରି ନନ୍ଦିପଦା ପୁଲିସ ଜିମା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.