Home ଜିଲ୍ଲା ପରିକ୍ରମା ଅଣ ସଂଗଠିତ ଶ୍ରମିକଙ୍କ ଜୀବିକା ସୁରକ୍ଷାର ଚିନ୍ତା – ପେନସନ ଦାବିରେ‘ଏଆଇୟୁଡବ୍ଲ୍ୟୁସି’ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଅଣ ସଂଗଠିତ ଶ୍ରମିକଙ୍କ ଜୀବିକା ସୁରକ୍ଷାର ଚିନ୍ତା – ପେନସନ ଦାବିରେ‘ଏଆଇୟୁଡବ୍ଲ୍ୟୁସି’ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

87

ବାଲେଶ୍ୱର, ୨୪ା୮(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା ପ୍ରଭାବରେ ଦୀର୍ଘ ୫ ମାସଧରି ଦୟନୀୟ ସ୍ଥିତିରେ ରହୁଥିବା ଦେଶର ଅଣସଂଗଠିତ ଶ୍ରମିକଙ୍କ ଜୀବିକା ସୁରକ୍ଷାର ଦାବି ଉଠାଇଛି ଅଖିଳ ଭାରତ ଅଣସଂଗଠିତ ଶ୍ରମିକ କଂଗ୍ରେସ(ଏଆଇୟୁଡବ୍ଲ୍ୟୁସି)। ରାଷ୍ଟ୍ରୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ପରାମର୍ଶ ତଥା ଏଆଇୟୁଡବ୍ଲ୍ୟୁସି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ ସିଂଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ଗତ ୧୫ ତାରିଖରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଚିଠି ପ୍ରେରଣ କାର୍ଯ୍ୟକ୍ରମ ଜାରି ରହିଛି। ଅନୁରୂପ ଭାବେ ସଂଗଠନର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ଆହ୍ୱାନ କ୍ରମେ ବାଲେଶ୍ୱର ଜିଲ୍ଲା ସଭାପତି ବିକାଶ କୁମାର ଦାସଙ୍କ ନେତୃତ୍ୱରେ ଅଣସଂଗଠିତ ଶ୍ରମିକମାନେ ଜୀବିକା ସୁରକ୍ଷା ଦାବିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡାକ ଯୋଗେ ପୋଷ୍ଟକାର୍ଡ଼ରେ ଚିଠି ଦେଇଛନ୍ତି। ଜିଲ୍ଲା ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତ୍ତା ଓ ବହୁ ସଦସ୍ୟ ଜିଲ୍ଲା ମୁଖ୍ୟ ଡାକଘରେ ପହଞ୍ଚି ଡାକବାକ୍ସରେ ଚିଠି ପକାଇଥିଲେ। ବିଶେଷ କରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକଙ୍କୁ ଚିହ୍ନଟ ସହ ସମସ୍ତଙ୍କର ପଞ୍ଜୀକରଣ କରିବା, ସମସ୍ତଙ୍କ ବ୍ୟାଙ୍କ ଜମାଖାତାକୁ ମାସିକ ୭ ହାର ୫ଶହ ଟଙ୍କାର ପେନସନ ରାଶି ପଇଠ କରିବା ଆଦି ଦାବି ସମ୍ବଳିତ ଚିଠି ସଂଗଠନ ପକ୍ଷରୁ ଆଜି ପଠାଯାଇଛି। ଜୀବନ କୃଷ୍ଣ ବାରିକ, ପ୍ରଫୁଲ୍ଲ ରାଉଳ, ତପନ କୁମାର ଜେନା, ମନୋଜ କୁମାର ଦାସ, ପ୍ରକାଶ ମଲ୍ଲି, ସାଗର ଦଳେଇଳ ସୁଧାକର ରାଉତ, ପଶୁପତିଉପାଦ୍ୟାୟ, କମଳାକାନ୍ତ ନାୟକ, ରବୀନ୍ଦ୍ର ଘଡ଼େଇ, ବିଶ୍ୱଜିତ୍ ଦେ ପ୍ରମୁଖ ଏଆଇୟୁଡବ୍ଲ୍ୟୁସି ଜିଲ୍ଲା କମିଟି କାର୍ଯ୍ୟକର୍ତ୍ତା ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.