Home ଜିଲ୍ଲା ପରିକ୍ରମା ଅଣ ସଂକ୍ରାମକ ରୋଗ ପରୀକ୍ଷଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ଅଣ ସଂକ୍ରାମକ ରୋଗ ପରୀକ୍ଷଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

4

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉଚ୍ଚ ରକ୍ତଚାପ, ମଧୁମେହ, ମାନସିକରୋଗ, ଯକୃତ ଜନିତ ରୋଗ, କର୍କଟ, ଶଯ୍ୟାଶାୟୀ ଆଦି ଅଣ ସଂକ୍ରାମକ ରୋଗ ସହଳ ଚିହ୍ନଟ କରାଯାଇ ସ୍ୱାସ୍ଥ୍ୟସେବା ଯୋଗାଇଦେବା କାର୍ଯ୍ୟକ୍ରମର ସମୀକ୍ଷା ନେଇ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲୀପ ରାଉତରାଏ ଏହି ବୈଠକରେ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ କାର୍ଯ୍ୟକାରୀତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି ଅଭିଯାନର ସହକାରୀ ପରିଚାଳକ ଦୀପକ କୁମାର ରାଉତଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଆଧାରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଶୁଂ ଶେଖର ବଳଙ୍କ ସଂଯୋଜନାରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଯୋଜନାର ଅଧିକ ସଫଳତା ପାଇଁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ। ସୂଚନା ଅନୁଯାୟୀ ସମସ୍ତ ୩୦ ବର୍ଷ ରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କର ଅନ୍ତତଃ ଥରଟିଏ ପ୍ରତିବର୍ଷ ଉଚ୍ଚରକ୍ତଚାପ ଏବଂ ମଧୁମେହ ରୋଗ ପରୀକ୍ଷା କରିବା ପାଇଁ ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ ଯୋଜନା ରହିଛି। ଏଥିରେ ଭଦ୍ରକ ଜିଲାରେ ୬,୨୦,୬୫୮ ଜଣ ବ୍ୟକ୍ତିଙ୍କର ପରୀକ୍ଷା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଅଛି। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ୨,୧୯,୮୭୮ ଜଣଙ୍କ ପରୀକ୍ଷା କରାଯାଇଅଛି। ଅକ୍ଟୋବର ଶେଷ ସୁଦ୍ଧା ୪୭୦୦୦ ରୁ ଉର୍ଦ୍ଧ୍ୱ ଉଚ୍ଚରକ୍ତଚାପ ଏବଂ ୨୯୦୦୦ ରୁ ଉର୍ଦ୍ଧ୍ୱ ମଧୁମେହ ରୋଗୀ ଚିକିତ୍ସାଧିନ ଥିବା ରିପୋର୍ଟ କରାଯାଇଛି। ଅଣ ସଂକ୍ରାମକ ରୋଗକୁ ରକ୍ଷା ପାଇବା, ଜିଲ୍ଲାରେ ଏହାର ପ୍ରଭାବ ହ୍ରାସ କରିବା ନେଇ ଜନ ସାଧାରଣଙ୍କୁ ନିଜ ନିଜର ଦୈନନ୍ଦିନ ଜୀବନ ଶୈଳୀ ବିଷୟରେ ସଚେତନ କରାଇବା ତଥା ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଏଦିଗରେ ନିଷ୍ଠାର ସହିତ କାର୍ଯ୍ୟକରିବାକୁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.