ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ବନ୍ତ ବ୍ଲକ ଅନ୍ତର୍ଗତ ଅଣ୍ଢିଆ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପ୍ରାକ୍ତନ ପ୍ରାଥମିକ ଶିକ୍ଷକ ସଂଘ ସଚିବ ରବୀନ୍ଦ୍ର ନାଥ ଜେନା, ମୁଖ୍ୟବକ୍ତା ପ୍ରାକ୍ତନ ସିଆରସିସି ରତିକାନ୍ତ ମଲ୍ଲିକ ,ସମ୍ମାନିତ ଅତିଥି ସିଆରସିସି ସନ୍ତୋଷ କୁମାର ମଲ୍ଲିକ ,ସୁନା ଗଢିଆ ବିଦ୍ୟାଳୟ ପ୍ରଧାନଶିକ୍ଷକ ଧର୍ମେନ୍ଦ୍ର ନାରାୟଣ ଜେନା, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ନାୟକ, ଧନେଶ୍ୱର ଖଣ୍ଡେଇ, ବାଇଧର ଓଝା, ବିନୋଦ କୁମାର ନାୟକ, ପରିଚାଳନା କମିଟି ସଭାପତି ଅନନ୍ତ ଗୋପାଳ ଜେନା ପ୍ରମୁଖ ଯୋଗଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ହେବା ଫଳରେ ପିଲାମାନଙ୍କ ମଧ୍ୟ୍ୟରେ ଉତ୍ସାହ ବୃଦ୍ଧିପାଇଥାଏ ବୋଲି କହିଥିଲେ। ଅତିଥି ପରିଚୟ ଶିକ୍ଷୟିତ୍ରୀ ମନୋରମା ଖିଲାର ପ୍ରଦାନ କରିଥିବା ବେଳେ ବାର୍ଷିକ ବିବରଣୀ ପଠନ ଶିକ୍ଷୟିତ୍ରୀ ନମିତା ସେଠି ଓ ଧନ୍ୟବାଦ ଅର୍ପଣ ଶିକ୍ଷକ ଗୌତମ ଦେହୁରୀ କରିଥିଲେ । ବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓ ଶିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ମାନସୀ ସେଠୀ, ରଞ୍ଜିତାବାଳା ଜେନା, କମିଟିର ସୁରେଶ ପରିଡ଼ା,ବାସୁଦେବ ଜେନା, ଆର୍ତ୍ତବନ୍ଧୁ ରାଉତ , ଅସିତ୍ ଓଝା, ରଶ୍ମିତା ଶଙ୍ଖୁଆ, ତିଳୋତ୍ତମା ଜେନା, ସରୋଜିନୀ ବେଜ୍, ଗୌତମିନୀ ପରିଡ଼ା, ମିନତୀ ଧଳ, ଛବିରାଣି ଧଳ, ୱାର୍ଡସଭ୍ୟା ସୁଲୋଚନା ରାଉତ ସମେତ ପରିଚାଳନା କମିଟି ସମସ୍ତ ସଦସ୍ୟ/ସଦସ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ।








