Home ଜିଲ୍ଲା ପରିକ୍ରମା ଅଣ୍ଡର ୨୩ ମହିଳା କ୍ରିକେଟ ଓଡ଼ିଶା ଦଳରେ ଭଦ୍ରକର ପୂଜାରାଣି

ଅଣ୍ଡର ୨୩ ମହିଳା କ୍ରିକେଟ ଓଡ଼ିଶା ଦଳରେ ଭଦ୍ରକର ପୂଜାରାଣି

4

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିସିସିଆଇ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର ୨୩ ମହିଳା କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ ୩ ଟି ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ତା’ର ମହିଳା କ୍ରିକେଟ ଦଳ ଖେଳାଳୀଙ୍କ ନାମ ଘୋଷଣା କରିଛି। ଯେଉଁ ଦଳରେ ଭଦ୍ରକର ଉଦୀୟମାନ ମହିଳା କ୍ରିକେଟର ପୂଜାରାଣି ଦାସ ସ୍ଥାନ ପାଇଛନ୍ତି। ୨୦୨୫-୨୫ ସିଜିନ୍ ଘରୋଇ ଟି୨୦ ମ୍ୟାଚ ପାଇଁ ଏହି ଦଳ ଘୋଷିତ ହୋଇଛି। ଏ ନେଇ ଓସିଏ ପକ୍ଷରୁ ଜିଲ୍ଲା କ୍ରିକେଟ ଆସୋସିଏସନ୍‌କୁ ବିଧିବଦ୍ଧ ଭାବେ ଅବଗତ କରାଯିବା ସହିତ ପୂଜାରାଣିଙ୍କୁ ତୁରନ୍ତ କୋଚ୍‌ଙ୍କୁ ରିପୋର୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି। ଏ ନେଇ ଜିଲ୍ଳା କ୍ରିକେଟ ଆସୋସିଏସନ ପକ୍ଷରୁ ଖୁସି ବ୍ୟକ୍ତ କରାଯିବା ସହିତ ତାଙ୍କର ଉନ୍ନତ କ୍ରୀଡ଼ା ପଦର୍ଶନ ପାଇଁ ଆସୋସିଏସନ ପକ୍ଷରୁ ଉପେନ୍ଦ୍ର ବାରିକ, ଧୀରେନ ପଲାଇ, ଅତିସ୍ କୁମାର ବେହେରା, ଭବତୋଷ ଦାସ, ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ, ବ୍ୟୋମକେଶ ସେନାପତି ପ୍ରମୁଖ ଆଶା ପୋଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.