Home ଜିଲ୍ଲା ପରିକ୍ରମା ଅଣ୍ଡରପାସ ରେ ବେଆଇନ ଗାଡି ପାର୍କିଙ୍ଗ ପ୍ରଶାସନ ନୀରବଦ୍ରଷ୍ଟା

ଅଣ୍ଡରପାସ ରେ ବେଆଇନ ଗାଡି ପାର୍କିଙ୍ଗ ପ୍ରଶାସନ ନୀରବଦ୍ରଷ୍ଟା

48

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାନବାହନ ଚଳା ଚଳ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚକରି ରାଜପଥ ସଂପ୍ରସାରଣ କରୁଛନ୍ତି । ରାସ୍ତାଘାଟରେ ଅହେତୁକ ଗହଳି ଏବଂ ଦୁର୍ଘଟଣା ରୋକିବାକୁ ଅଣ୍ଡରପାସ,ଭେଇକୁଲାର ଅଣ୍ଡରପାସ ଏବଂ ଫ୍ଲାଇ ଓଭର ଆଦି ନିର୍ମାଣ କରୁଛନ୍ତି । ହେଲେ କିଛି ମୁଷ୍ଟିମେୟ ଲୋକ ଏବଂ ଗାଡିମାଲିକଙ୍କ ସକାସେ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ଫସର ଫାଟୁଛି । ରାସ୍ତାଘାଟରେ ବିଶେଷକରି ଭଦ୍ରକ ସହର ଦେଇ ଯାଇଥିବା ଏନଏଚ-୧୬ ରାଜପଥ ପାଶ୍ୱର୍ ଏବଂ ସ୍ଥାନେ ସ୍ଥାନେ କରାଯାଇଥିବା ଅଣ୍ଡରପାସ ପୋଲ ତଳେ ବେଆଇନ ଭାବେ ବଡବଡ ଗାଡି,ମୋଟର ଏପରିକି ଭାରିଯାନ ପାର୍କିଙ୍ଗ କରିବା ଯୋଗୁ ରାସ୍ତାଘାଟ ସଙ୍କୁଚିତ ହୋଇ ଗମନା ଗମନ କ୍ଷେତ୍ରରେ ଏକ ଜଟିଳ ପରିସ୍ଥିତି ଉପୁଜିଛି । ଭଦ୍ରକ ସହରର ଗେଲପୁର ଛକ ଠାରୁ ଚରଂପା ପର୍ଯ୍ୟନ୍ତ ପ୍ରାୟ ୫ କିମି ପରିବ୍ୟାପ୍ତ ଅଂଚଳର ରାସ୍ତାପାଶ୍ୱର୍ ଏବଂ ପୋଲତଳ ଏବେ ବେଆଇନ ଗାଡି ମୋଟର ପାର୍କିଙ୍ଗର ପେଣ୍ଠସ୍ତଳ ପାଲଟିଛି । କେବଳ ଗାଡି ପାର୍କିଙ୍ଗ ନୁହେଁ ସ୍ଥାନେ ସ୍ଥାନେ ଲୋକେ ରାଜପଥ ପାର୍ଶ୍ୱରେ ବାଲି,ଚିପ୍ସ ଏବଂ ଇଟାଭଳି ନିର୍ମାଣ ସାମଗ୍ରୀ ପକାଇ ରିତିମତ ବ୍ୟବସାୟ ମଧ୍ୟ ଚଳାଇଛନ୍ତି । ଯାହା ଫଳରେ ରାଜପଥ ସଙ୍କୁଚିତ ହୋଇ ଟ୍ରାଫିକ ଜାମ ଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ଘଟଣାର କାରଣ ସାଜିଛି । ରାଜପଥ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପୋଲିସ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଏହି ଘଟଣା ଦେଖୁଛନ୍ତି ହେଲେ ଏହାର ନିରାକାରଣ ନେଇ କେହିବି ଧ୍ୟାନ ଦେଉନାହାନ୍ତି । କୋଭିଡ ଏନର୍ଫୋସମେଂଟ ଆଳରେ ପୁଲିସ ରାତିଦିନ ସାଧାରଣ ଲୋକ ଏବଂ ବାଇକ ଚାଳକଙ୍କୁ ଅଟକାଇ ମୋଟା ଅଙ୍କର ଜରିମାନା ଆଦାୟ କରୁଛନ୍ତି ହେଲେ ରାଜପଥକୁ ଅବରୋଧ କରି ବ୍ୟକ୍ତିଗତ ବ୍ୟବହାରରେ ନିୟୋଜିତ କରୁଥିବା ଗାଡିମାଲିକ ଏବଂ ବ୍ୟବସାୟୀଙ୍କ ବିରୁୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ ନକରିବା ଯୋଗୁ ପରିସ୍ଥିତି ଦିନକୁ ଦିନ ଅସମ୍ଭାଳ ହୋଇ ପଡୁଛି । ଜିଲ୍ଲା ପୋଲିସ ପ୍ରଶାସନ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.