Home ଜିଲ୍ଲା ପରିକ୍ରମା ଅଢାଳପଙ୍କରେ ରୋଗୀ କଲ୍ୟାଣ ସମିତିର ବୈଠକ, ଭିତି ଭୂମିର ବିକାଶକୁ ଗୁରୁତ୍ୱ- ବିଧାୟକ ସଞ୍ଜିବ ମଲ୍ଲିକ

ଅଢାଳପଙ୍କରେ ରୋଗୀ କଲ୍ୟାଣ ସମିତିର ବୈଠକ, ଭିତି ଭୂମିର ବିକାଶକୁ ଗୁରୁତ୍ୱ- ବିଧାୟକ ସଞ୍ଜିବ ମଲ୍ଲିକ

4
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ପକ୍ଷରୁ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଡାଳପଙ୍କ ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ବୈଠକକୁ ରୋଗୀ କଲ୍ୟାଣ ସମିତିର ସ୍ଥାୟୀ ସଭାପତି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ଯୋଗ ଦେଇ ଭିତି ଭୂମିର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ତିନିଗୋଟି ଜିଲ୍ଲାର ସୀମାବର୍ତୀ ଏହି ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ଆସୁଥୁବା ରୋଗୀ ମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇ ଡାକ୍ତର, ପ୍ରଶାସନ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଉତମ ବୁଝାମଣା ରହିଲେ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା, ପରିବେଶ ସ୍ୱଚ୍ଛତା ଉପରେ ଗୁରୁତ୍ୱରୋପ କରିଥିବା ବେଳେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇବାରେ ବିଳମ୍ବ ଓ ଲାଂଚ କାରବାରକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ବିଧାୟକ ପ୍ରତିନିଧି ପ୍ରଶାନ୍ତ ଦାସ ପ୍ରତ୍ୟେହ ୪ ଶହରୁ ଉର୍ଦ୍ଧ ରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥୁବା ବେଳେ ବିଧାୟକ ଓ ସାଂସଦଙ୍କ ସହଯୋଗରେ ଅଭାବ ଅସୁବିଧା ପୂରଣ ଦିଗରେ ପଦକ୍ଷେପ ନେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ରୋଗୀ କଲ୍ୟାଣ ସମିତି ସଭ୍ୟ ସତ୍ୟସାଧନ ବେଜ, ପୟୋଧର ବାରିକ୍‌, କରୁଣାକର ଦାସ, ପଙ୍କଜୀନି ଖୁଂଟିଆ, ସରପଂଚ ସୁଭଦ୍ରା ସିଂହ, ବିନୋଦୀନି ମହାନ୍ତି, ନିହାର ରଞ୍ଜନ ପଣ୍ଡା, ପ୍ରକାଶ ବିଶ୍ୱାଳ, ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ ଉପସ୍ଥିିତ ରହି ବିଭିନ୍ନ ଅଭାବ ଅସୁବିଧା ଉପରେ ମତ ରଖିଥିବା ବେଳେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ସହକାରୀ ଯନ୍ତ୍ରୀ ଜନ୍ମେଜୟ ଜେନା ନିର୍ମାଣଧିନ ନୂତନ ଡାକ୍ତରଖାନା ଗୃହର ଅଗ୍ରଗତୀ ଉପରେ ତଥ୍ୟ ପ୍ରଦାନ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମନୋଜ ପତି ସ୍ୱାଗତ ଭାଷଣ ସହ ବିବରଣୀ ରଖି ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥୁବା ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ଜନ୍ମ ମୃତ୍ୟୁ ହାର କମାଇବା ଓ ବିଭିନ୍ନ ରୋଗର ନିରାକରଣ ଉପରେ କହିଥିଲେ । ପ୍ରାରମ୍ଭରେ ଡାକ୍ତର ଦୁର୍ଗାଚରଣ ମିଶ୍ର ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଡାକ୍ତର ତୀର୍ଥ ସାରଥୀ ମହାନ୍ତି , ଦିବ୍ୟଲୋଚନ ବିଶ୍ୱାଳ, ବିପିଏମ୍ ଦେବାଶିଷ ବାଗୁଡେଇ, ଫାର୍ମାଶିଷ୍ଟ ଜୟ ପ୍ରକାଶ ମହାନ୍ତି, ବାମ୍ ବିଜୟ କୁମାର ରଣା, ଚନ୍ଦନ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.