Home ଓଡ଼ିଶା ଅଡବା ପୋଲିସ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଅଡବା ପୋଲିସ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

368

ମୋହନା,୨୩।୦୪(ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ପୋଲିସ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ବିରିକୋଟ ଗ୍ରାମର ବିଜୟ ନାୟକଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଅଡବା ଥାନା ରେ କେସ୍ ନଂ-୨୭/୨୦ରେ ମାମଲା ରୁଜୁ କରାଯାଇଥିବା ଅଡବା ଥାନା ଅଧିକାରୀ ଆଲୋକ ରଂଜନ ଜଗଦଲ୍ ସୁଚନା ଦେଇଛନ୍ତି। ସୂଚନା ମୁତାବକ ଦେଶ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନା ନିୟନ୍ତ୍ରଣ ନିମନ୍ତେ ଗତ ୧୪ତାରିଖରେ ଅଡବା ପୋଲିସ ପେଟ୍ରଲିଙ୍ଗ କରୁଥିବା ବେଳେ ବିରିକୋଟ ଗ୍ରାମ ନିକଟରେ କିଛି ଲୋକ ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାର ଦୁଇ ଦିନପରେ ଅଡବା ଓ ମୋହନା ପୋଲିସ ଏହାର ତଦନ୍ତ କରି ୧୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା। ଆଜି ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.