Home ଜିଲ୍ଲା ପରିକ୍ରମା ଅଟୋ ଚାଳକଙ୍କ ସୁରକ୍ଷା ଏବଂ ନିରାପତା ପାଇଁ ଅଂଟା ଭିଡିଲା ବିଏମଏସ

ଅଟୋ ଚାଳକଙ୍କ ସୁରକ୍ଷା ଏବଂ ନିରାପତା ପାଇଁ ଅଂଟା ଭିଡିଲା ବିଏମଏସ

6

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଅଟୋ ଚାଳକ ମାନଙ୍କ ସୁରକ୍ଷା ଏବଂ ଜୀବନ ଜିବୀକା ପାଇଁ ଆଗେଇ ଆସିଛି ଭାରତୀୟ ମଜଦୁର ସଂଘ(ବିମଏଏସ)। ଏହି ପରିପ୍ରେକ୍ଷୀରେ ଅଟୋ ଚାଳକଙ୍କ ଅଟୋ ରଖିବା ପାଇଁ ଏକ ଷ୍ଟାଣ୍ଡର ଆବଶ୍ୟକତା ଥିବା ବେଳେ ଅଟୋ ଚାଳକଙ୍କ ଜୀବନ ବୀମା କରାଇବା ମଧ୍ୟ ଅପରିହାର୍ଯ୍ୟ ହୋଇ ପଡିଛି। ଏହାକୁ କାର୍ଯ୍ୟକାରୀ କରାଇବା ସହ ଆଗାମୀ ଦିନରେ ଅଟୋ ଚାଳକ ଙ୍କ ସମସ୍ତ ଦାବୀ କୁ ସରକାରଙ୍କ ପାଖରେ ପହଂଚାଇବା ଏବଂ ଏହାକୁ କାର୍ଯ୍ୟକାରୀ କରାଇବା ଜରୁରୀ ହୋଇ ପଡିଛି ବୋଲି ଧାମରା ବନ୍ଦର ମଜଦୁର ସଂଘର ସଭାପତି ଚନ୍ଦ୍ର ଶେଖର ଜେନା ମତରଖିଛନ୍ତି। ଅଟୋ ଚାଳକ ମାନଙ୍କୁ ନେଇ ହୋଇଥିବା ସଭାରେ ବିଏମଏସର ଚନ୍ଦ୍ର ଶେଖର ଜେନା ଏବଂ ବିପିନ ବେହେରା ଯୋଗ ଦେଇ ଅଟୋ ଚାଳକ ସଂଘ ତରଫରୁ ହୋଇଥିବା ଦାବୀ ଗୁଡିକର ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ଆଗାମୀ ଦିନରେ ବିଏମଏସ ଏହି ସମସ୍ତ ଦାବୀ ଗୁଡିକୁ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିବ। ତୁରନ୍ତ ଧାମରା ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଖାଲୁଆ ସ୍ଥାନକୁ ବାଲି ରେ ପୋତି ସମତଳ କରାଯିବା ସହ ଏହି ସ୍ଥାନରେ ସମସ୍ତ ଅଟୋଚାଳକ ମାନଙ୍କୁ ସେମାନଙ୍କର ଅଟୋ ରଖିବାକୁ ଅନୁମତି ଦେବାକୁ ଦାବୀ ହୋଇଅଛି। ଏଥିସହ ଅଟୋ ଚାଳକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ମଧ୍ୟ ବିଏମଏସ ପକ୍ଷରୁ ନିନ୍ଦା କରାଯିବା ସହ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଭାରତୀୟ ମଜଦୁର ସଂଘ ଦାବୀ ଜଣାଇଛି। ଆଜି ହୋଇଥିବା ଏହି ସଭାରେ ସଂଘର ସଂପାଦକ ଦିଲୀପ କୁମାର ନାୟକ, ସଭାପତି ଅକ୍ଷୟ କୁମାର ଦାସ ଙ୍କ ସମେତ ଶତାଧିକ ଚାଳକ ଉପସ୍ଥିତ ଥିଲେ। ସଂପୃକ୍ତ ଅଟୋ ଚାଳକଙ୍କ ଦାବୀ ଯଥାର୍ଥ ବୋଲି ସମସ୍ତ ଅଟୋଚାଳକ ସଂଘ ଦାବୀ ଜଣାଇଥିବା ବେଳେ ତୁରନ୍ତ ସେମାନଙ୍କୁ ଏକ ସ୍ଥାନ ଯୋଗାଇ ଦେବାକୁ ସେମାନେ ଦାବୀ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.