ନୂଆ ଦିଲ୍ଲୀ ୮-୧୧ (ଓଡ଼ିଆ ପୁଅ) ବିଶ୍ୱର କେତେକ ପ୍ରଦୁଷିତ ସହର ମଧ୍ୟରୁ ଦିଲ୍ଲୀ ଗୋଟିଏ। ଗତ ସପ୍ତାହରେ ପ୍ରଦୁଷଣର ମାତ୍ରା ଏତେ ଥିଲାଯେ, ଏଠାରେ ନିଶ୍ୱାସ ନେବା କଷ୍ଟ ହେଉଥିଲା। ଏପରିକି ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ପାଇଁ ଘୋଷଣା ଣଧ୍ୟ କରାଯାଇଥିଲା। ଅବଶ୍ୟ ସରକାରଙ୍କର ବିଭିନ୍ନ ଉଦ୍ୟମ ଯେପରିକି ରାସ୍ତାରେ ପାଣିସିଞ୍ଚନ, ରାସ୍ତାକଡ଼ ଗଛ ଗୁଡ଼ିକ ଉପରେ ଜଳ ଛିଞ୍ଚି ପ୍ରଦୁଷଣକୁ ହ୍ରାସ କରିବା ପରି ଅନେକ ଉଦ୍ୟମ କାରଣରୁ ପ୍ରଦୁଷଣର ମାତ୍ରା କମିଛି। ବିଦ୍ୟାଳୟ ଗୁଡ଼ିକ ଆସନ୍ତା କାଲିଠାରୁ ଖୋଲିବା ଆରମ୍ଭ କରିବ।
ଏପରି ସ୍ଥଳେ ଜଣେ ଅଟୋ ଚାଳକ ନିଜ ଅଟୋର ଛାତରେ ଗଛ ଲଗାଇଛନ୍ତି। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଅଟୋ ଚାଳକଙ୍କୁ ପ୍ରଶଂସା ମିଲିଚାଲିଛି। ଆପଣ ଦେଖନ୍ତୁ ଭିଡ଼ିଓ ଏବଂ ଦିଅନ୍ତୁ ଆପଣଙ୍କର ମତ।
https://twitter.com/Gulzar_sahab/status/1589848346856128512








