Home କେନ୍ଦୁଝର ଅଟୋକୁ ଧକ୍କା ଦେଲା ଟ୍ରକ, ୩ଆହତ

ଅଟୋକୁ ଧକ୍କା ଦେଲା ଟ୍ରକ, ୩ଆହତ

59

ହାଟଡିହି, ୧୧ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ମଧ୍ୟାହ୍ନରେ ଛେନାପଦି ହଦଗଡ ରାସ୍ତାର ମା ବିଶ୍ୱତାରିଣୀ ପେଟ୍ରୋଲ ପମ୍ପ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଅଟୋଟି ବିଲ କିଆରୀ ଭିତରକୁ ପସିଯାଇଥିବାବେଳେ ଏଥିରେ ବସିଥିବା ୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଛେନାପଦି ଛକରୁ କିଛି ଯାତ୍ରୀଙ୍କୁ ଧରି କପୁଣ୍ଡି ଗ୍ରାମକୁ ଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ଓଆର୦୪କେ ୫୬୧୨ ନମ୍ବର ବିଶିଷ୍ଟ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ବସିଥିବା ସୁଦର୍ଶନ ଜେନା, ରଙ୍ଗବତୀ ଜେନା ଓ ଅଟୋ ଚାଳକ ଶିବୁ ପାଢ଼ୀ ଆହତ ହୋଇଥିଲେ । ଆମ୍ବୁଲାନସ ଯୋଗେ ଆହତ ମାନଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ସୁଚନା ମିଳିଛି । ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.