ସିନାପାଲି ୧୧-୮ ( ଓଡ଼ିଆ ପୁଅ -ହେରାମ୍ବ ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଯୁଗେନପଦର ନିକଟ ଉଦନ୍ତୀ ନଦୀ ତୀରରେ ଏକ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିନାପାଲି ପୋଲିସ ସେଠାରେ ପହଞ୍ଚି ମୃତଶିଶୁକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତରେ ଉଦନ୍ତୀ ନଦୀର ଉପର ମୁଣ୍ଡରେ ବର୍ଷା ହେବାରୁ ନଈ ପାଣିରେ ଭାସିଆସି ମୃତଦେହଟି ଏଠାରେ ଲାଗିଥିବାର ଅନୁମାନ କରାଯାଉଥିବା ଏବଂ ଶବ ବ୍ୟବଚ୍ଛେଦ ପରେ ଶବକୁ ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରର ଶବଗୃହରେ ଦୁଇଦିନ ରଖାଯାଇ ଓ ଶିଶୁଟି କାହାର ବୋଲି କୌଣସି ପ୍ରକାର ସନ୍ଧାନ ନ ପାଇଲେ ଶେଷରେ ଶବକୁ ସତ୍କାର କରାଯିବ ବୋଲି ସିନାପାଲି ଥାନା ଅଧିକାରୀ ଜୌତି ରଞ୍ଜନ ଗୌଡ଼ କହିଛନ୍ତି। ପ୍ରକାଶ ଥାଉକି ଶିଶୁଟି ପ୍ରାୟ ତିନି ମାସର ହେବ ଶିଶୁଟି କନ୍ୟା ସନ୍ତାନ ଅଟେ। କନ୍ୟା ରତନ କର ଯତନ ବୋଲି ଲୋକେ ବଡ ପାଟିରେ କହନ୍ତି ହେଲେ ଏହା ହେଉଛି ଯତ୍ନ କରୁଥିବାର ଉଦାହରଣ ବୋଲି ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରିଛନ୍ତି।






