Home ଓଡ଼ିଶା ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ

680

ବଲାଙ୍ଗୀର ୧୯-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ସବ ଡିଭିଜନ ଅନ୍ତର୍ଗତ ମୁରିବାହଲ ଥାନା ଅଧିନସ୍ଥ ଘଣ୍ଟବାହାଲି ଛକରେ ଗତ କାଲି ବୁଧବାର ଦିନ ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଗତ କାଲି କୌଣସି ଏକ କାମରେ ବାଗଡେର ଗ୍ରାମର ଦୁର୍ଲଭ ଭୋଇ ଓ ଡୋଲାମଣୀ ଭୋଇ ବଙ୍ଗୋମୁଣ୍ଡା ଯାଉଥିବା ବେଳେ ଘଣ୍ଟବାହ।ଲି ଗ୍ରାମ ଛକ ନିକଟରେ କୌଣସି ଏକ ଗାଡି ଧକ୍କା ଦେବା ଯୋଗୁଁ ଘଟଣା ସ୍ଥଳରେ ଉଭୟଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉକ୍ତ ମୃତ ଦୁଇଜଣଙ୍କୁ କୌଣସି ଏକ ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ମୁରିବାହ।ଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.