Home ଜିଲ୍ଲା ପରିକ୍ରମା ଅଜଣା ଗାଡ଼ି ଧକ୍କାରେ ଅଚିହ୍ନା ଯୁବକଙ୍କ ମୃତ୍ୟୁ, ପୋଲିସ ତଦନ୍ତ ଜାରି

ଅଜଣା ଗାଡ଼ି ଧକ୍କାରେ ଅଚିହ୍ନା ଯୁବକଙ୍କ ମୃତ୍ୟୁ, ପୋଲିସ ତଦନ୍ତ ଜାରି

38

ହରିଚନ୍ଦନପୁର, ତା ୧୦ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଭଗାମୁଣ୍ଡା ହାଟ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଅଚିହ୍ନା ଯୁବକଙ୍କ ମୃତ୍ୟୁ ଘଟିଛି । ମିଳିଥିବା ଖବର ଅନୁଯାୟୀ ବୁଧବାର ସନ୍ଧ୍ୟା ୭ଘଟିକା ସମୟରେ ଏହି ଘଟଣା ଘଟିଛି । ଧକ୍କା ଦେଇଥିବା ଗାଡ଼ି ସମ୍ପର୍କରେ ଜଣାପଡିନଥିବା ବେଳେ ଯୁବକଙ୍କ ପରିଚୟ ମିଳିନାହିଁ । ଘଟଣା ଦେଖି ସ୍ଥାନୀୟ ଲୋକେ ହରିଚନ୍ଦନପୁର ପୋଲିସକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ନରଣପୁର ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ ଶହଶହ ଲୁହାପଥର ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ଭଗାମୁଣ୍ଡା ନିକଟରେ ପୂର୍ବରୁ ଅନେକ ନିରିହଙ୍କ ଜୀବନ ଯାଇଛି । ଏଥିସହ ଏହି ରାସ୍ତାରେ ଭାରିଯାନ ଚଳାଚଳକୁ ବନ୍ଦ କରିବା ପାଇଁ ବାରମ୍ବାର ଭଗାମୁଣ୍ଡା ଯୁବଗୋଷ୍ଠୀ ରାଜରାସ୍ତାକୁ ଓହ୍ଲାଇବା ସହ ଅବରୋଧ କରିଥିଲେ ମଧ୍ୟ ପ୍ରଶାସନର ଚେତା ପଶୁନାହିଁ । ଯାହାକୁ ନେଇ ଏହି ରାସ୍ତାରେ ବର୍ଷ ତମାମ ମୁଣ୍ଡ ଉପରେ ମୁଣ୍ଡ ଗଡୁଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କଲେ ଆଗାମୀ ଦିନରେ ଅନେକଙ୍କ ଜୀବନ ବଞ୍ଚାଇ ହୁଅନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.