Home ଅପରାଧ ଅଜଣା କାର୍ ଧକ୍କାରେ ଯୁବକ ଗୁରୁତର

ଅଜଣା କାର୍ ଧକ୍କାରେ ଯୁବକ ଗୁରୁତର

38

ହରିଚନ୍ଦନପୁର,ତା ୨୧ ଜୁଲାଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଆଳୁଘାଟି ନିକଟରେ ଅଜଣା କାର୍ ଧକ୍କାରେ ଯୁବକ ଗୁରୁତର । ମିଳିଥିବା ଖବର ଅନୁଯାୟୀ ବୁଧବାର ସନ୍ଧ୍ୟା ୬ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗୁରୁତର ଯୁବକ ଜଣଙ୍କ ଭୂବନ ଥାନା ବଡ଼କାଠିଆ ଗ୍ରାମର ଚୈତନ୍ୟ ମହାନ୍ତଙ୍କ ପୁଅ ବାମଦେବ ମହାନ୍ତ(୩୬) ବୋଲି ଜଣାପଡିଛି । ବାମଦେବ କେନ୍ଦୁଝର ସୁଆକାଠି ଠାରେ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରିଥାନ୍ତି । ଆଜି ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଆଳୁଘାଟିରେ ବିପରୀତ ଦିଗରୁ ଏକ କାର୍ ଦୃତଗତିରେ ଆସି ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ଯୁବକ ଜଣକ ଛିଟିକି ଯାଇ ଗୁରୁତର ଆହାତ ହୋଇଥିବା ବେଳେ ତାଙ୍କର ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଘଟଣା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ସହ ଅଜଣା କାରର ଭାଙ୍ଗି ପଡିଥିବା କିଛି ଅଂଶ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ସହ ଉକ୍ତ ଗାଡ଼ିର ସୁରାକ ନେବା ପାଇଁ ଚେଷ୍ଟା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.