Home ଜିଲ୍ଲା ପରିକ୍ରମା ଅଜଣା ଅସହାୟ ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ପୋଲିସର ଉଦ୍ଧାର

ଅଜଣା ଅସହାୟ ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ପୋଲିସର ଉଦ୍ଧାର

29

ବଲାଙ୍ଗୀର ୨୨ -୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଡିଏଭି ମହାବିଦ୍ୟାଳୟ ନିକଟରେ ନିଜକୁ ବେଙ୍ଗାଲୁରରୁ ଆସିଥିବା ପରିଚୟ ଦେଉଥିବା ଜଣେ ବ୍ୟକ୍ତି ଅସହାୟ ଅବସ୍ଥାରେ ଥିବା ନେଇ ପୋଲିସକୁ ସୂଚନା ଦେବା ପରେ ତାଙ୍କୁ ସେଠୁ ଉଦ୍ଧାର କରି ଟିଟିଲାଗଡ଼ ଥାନାକୁ ନିଆଯାଇଛି। ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି କୌଣସି କାରଣରୁ ଏହି କଲେଜ ନିକଟରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଥାନା ଏସ ଆଇ ଖେମସିଙ୍ଗ ମାଝୀ ତାହା ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଥାନାକୁ ନେଇ ଥିବା ସହ ସେ କିଏ ଓ କେଉଁ କାରଣରୁ ସେଠି ପହଞ୍ଚିଛନ୍ତି ସେ ନେଇ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି। ଉକ୍ତ ବ୍ୟକ୍ତି ଠିକ ଭାବେ କଥା କହିପାରୁ ନ ଥିବା ବେଳେ ଦାମୀ ସୁନା ଚେନ, ମୁଦି ସହ ଏକ ବ୍ୟାଗ ତାଙ୍କ ନିକଟରେ ଥିବା ରୁ କିଛି ଦୁର୍ବୃତ୍ତ ତାଙ୍କ ଗହଣା ପତ୍ର ଓ ବ୍ୟାଗ ଲୁଟ ଉଦ୍ୟମ କରୁଥିବା ଜାଣି ପୋଲିସ କୁ ତୁରନ୍ତ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.